ମାୟାବତୀଙ୍କ ପ୍ରାକ୍ତନ ପିଏସ୍ଙ୍କ ଘରୁ ୫ଠ ଲକ୍ଷ ଟଙ୍କାର କଲମ ଜବତ
ଲକ୍ଷେ୍ନø (ଏଜେନ୍ସି): ଦଳିତ, ନିଷ୍ପେସିତ ଏବଂ ପଛୁଆବର୍ଗଙ୍କ ନାଁରେ ରାଜନୀତି କରୁଥିବା ବିଏସ୍ପି ସୁପ୍ରିମୋ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ପୂର୍ବତନ ପିଏସ୍ ନେତ ରାମ୍ଙ୍କ ଘରେ ଆୟକର ଚଢ଼ଉ ପରେ ରୋଚକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଏହି ଅବସରପ୍ରାପ୍ତ ପ୍ରଶାସକଙ୍କ ଘରୁ କେବଳ ସମ୍ପତ୍ତି ବା ନଗଦ ଟଙ୍କା ନୁହେଁ, ଦାମୀ କଲମ ମଧ୍ୟ ଜବତ କରାଯାଇଛି । ତାଙ୍କର ବିଭିନ୍ନ ଠିକଣାରୁ ୧.୬୪ କୋଟିର ନଗଦ ଟଙ୍କା ଏବଂ ୨୨୫ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିର ଦସ୍ତାବିଜ୍ ସହିତ ୫ଠ ଲକ୍ଷ ଟଙ୍କାର ମଣ୍ଟ ବ୍ଲାଙ୍କ୍ କଲମ ଜବତ ହୋଇଛି । ସେ କୋଟିକୋଟି ଟଙ୍କାର ଆୟକର ଠକେଇ କରିଥିବା ସନ୍ଦେହରେ ହୋଇଥିବା ଏହି ଚଢ଼ଉରୁ ଏହି ରହସ୍ୟସବୁ ଉପରୁ ପରଦା ଉଠିବାରେ ଲାଗିଛି । ଏହି ୧୯୭୯ ବ୍ୟାଚ୍ ଆଇଏଏସ୍ ଅଧିକାରୀ ମାୟାବତୀ ମୁଖ୍ୟମନ୍ତ୍ରୀ ଥିବା ସମୟରେ ତାଙ୍କର ଘନିଷ୍ଠ ଥିଲେ । ୨୦୦୭ରୁ ୨୦୧୨ ଯାଏ ସେ ପ୍ରିନ୍ସିପାଲ ସେକ୍ରେଟାରୀ ଦାୟିତ୍ୱରେ ଥିଲେ । କ୍ଷମତାର ଦୁରୁପଯୋଗ କରି ଏହି ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଆସିଥିଲା ।


