ବିଚ୍ଛିନ୍ନତାବାଦୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟିର ଆହ୍ୱାନ

ଭୁବନେଶ୍ୱର : ଜାମ୍ମୁ-କାଶ୍ମୀରରୁ ଭାରତ ସମ୍ବିଧାନର ୩୭୦ ଧାରାର ଉଚ୍ଛେଦ ଏକ ଯଥାର୍ଥ ପଦକ୍ଷେପ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ବଳିଷ୍ଠ ଓ ସାହାସିକ ପଦକ୍ଷେପ ବୋଲି ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି (ଆଇ.ସି.ପି.) ପକ୍ଷରୁ କୁହାଯାଇଛି । ବିଚ୍ଛିନ୍ନତାବାଦୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ଜାମ୍ମୁ-କାଶ୍ମୀର ଓ ଲଦାଖବାସୀଙ୍କ ବିଶ୍ୱାସଭାଜନ ହେବାକୁ ଭାରତକୁ ଏକ ସମ୍ପୂର୍ଣ୍ଣ ସନ୍ତ୍ରାସବାଦମୁକ୍ତ ଏବଂ ହିଂସାମୁକ୍ତ ରାଷ୍ଟ୍ରରେ ପରିଣତ କରିବା ପାଇଁ କେନ୍ଦ୍ରର ବିଜେପି ସରକାର ତ୍ରୁଟିଶୂନ୍ୟ ନୀତି ଓ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟିର ରମେଶ ରାଉତ ସତର୍କ କରିଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ