ଜିଲ୍ଲାରେ କ୍ଷମତା ଏକ୍ସପ୍ରେସ ବୁଲିବ
ଛତ୍ରପୁର : ଭିନ୍ନକ୍ଷମ ବ୍ୟକ୍ତିଙ୍କ ହାତ ପାଆନ୍ତାରେ ପହଞ୍ଚିବା ନିମନ୍ତେ ରାଜ୍ୟ ସରକାରଙ୍କ ସାମଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କ୍ଷମତା ଏକ୍ସପ୍ରେସର ଆୟୋଜନ କରିଛନ୍ତି । ଏନେଇ ଖୋର୍ଦ୍ଧା ଓ ସମ୍ବଲପୁର ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏହା ଗଂଜାମ ଜିଲ୍ଲାରେ ଆରମ୍ଭ କରିବା ନିମନ୍ତେ ଡିଆରଡିଏ ସମ୍ମିଳନୀ କକ୍ଷରେ ଗଂଜାମ ଜିଲ୍ଲପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଅକ୍ଟୋବର ଓ ନଭେମ୍ବର ମାସରେ ଜିଲ୍ଲାର ୨୨ଟି ବ୍ଲକରେ ୨୨ଟି ଶିବିର ମାଧ୍ୟମରେ କ୍ଷମତା ଏକ୍ସ ପ୍ରେସ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହି ଏକ୍ସପ୍ରେସ ର ମୂଳ ଉଦ୍ଦେଶ୍ୟ ହେଲା ଯେଉଁ ଦିବ୍ୟାଙ୍ଗ ହିତାଧିକାରୀ ମାନେ ଗମନାଗମନ ସୁବିଧା ନଥାଇ ଏବଂ କୈାଣସି କାରଣରୁ ଏହି ଭିନ୍ନକ୍ଷମ ମାନଙ୍କୁ ପ୍ରଦାନ କରାଯାଉଥିବା ବିଭିନ୍ନ ଯୋଜନାରୁ ଲାଭ ପାଉନାହାନ୍ତି । ସେମାନଙ୍କ ସକାଶେ କ୍ଷମତା ଏକ୍ସପ୍ରେସ ଆୟୋଜନ କରାଯାଇଛି । ବ୍ଲକର ଗମାନଗମାନ ସୁବିଧା ନଥିବା ଗୋଟିଏ ପଞ୍ଚାୟତରେ ଏହି କ୍ଷମତା ଏକ୍ସପ୍ରେସ ପହଞ୍ଚିବ । ସେଥିରେ ଥିବା ୧୨ଜଣ ଏକ୍ସପୋର୍ଟରଙ୍କ ଦ୍ୱାରା ଭିନ୍ନକ୍ଷମ ମାନଙ୍କ ବିଭିନ୍ନ ପରୀକ୍ଷା କାରଯାଇ ସେମାନଙ୍କୁ ବିଭିନ୍ନ ଉପକରଣ ବଣ୍ଟନ କରାଯିବ । ଏହାସହିତ ଭିନ୍ନକ୍ଷମ ମାନଙ୍କ ଦିଆଯାଉଥିବା ବିଭିନ୍ନ ସ୍କିମର ସଚେତନତା କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲ।। ଅକ୍ଟୋବର ମାସରେ ୧୧ଟି ଏବଂ ନଭମ୍ବର ମାସରେ ୧୧ଟି ଶିିବିର ମାଧ୍ୟରେ ଏହି କ୍ଷମତା ଏକ୍ସପ୍ରେସ ବୁଲି ସମସ୍ତ କାର୍ଯ୍ୟକ୍ରମ କରିବ । ଏହି ପ୍ରସ୍ତୁତି ବୈଠକ ଜିଲ୍ଲା ମୁଖ୍ୟ ଚିକତ୍ସାଅଧିକାରୀ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ, ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିରଣ ଅଧିକାରୀ ଶୂଭ୍ରାଂଶୁ କୁମାର ମହାରଣା , ଗଂଜାମ ଆରଟିଓ ସଂଜୟ କୁମାର ବିଶ୍ୱାଳ, ଜିଲ୍ଲା ଭିନ୍ନକ୍ଷମ ପୁନଃବାସ ଥଇଥାନ କେନ୍ଦ୍ରର ଅଧିକାରୀ ଡା. କମଳକାନ୍ତ ପାଣିଗ୍ରାହି , ସ୍ୱାସ୍ଥ୍ୟ ବିଜ୍ଞାନ ବିଭାଗର ନିର୍ଦ୍ଦେଶକ ନଳନୀ ମହାନ୍ତି, ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ଅରୁଣ ନାୟକ, ଜିଲ୍ଲା ସର୍ବଶିକ୍ଷା ଅଭିଯାନର ଭିନ୍ନକ୍ଷମ ସଂଯୋଜକ ତପନ କୁମାର, ଛତ୍ରପୁର ଉପଖଣ୍ଡ ସାମଜିକ ସୁରକ୍ଷା ଅଧିକାରୀ ପଞ୍ଚାନନ ପଣ୍ଡାଙ୍କ ସମେତ ବିଡିଓ ଓ ବିଏସଏସଓ ମାନେ ଉପସ୍ଥିତ ଥିଲେ ।