ବିଷ ହୋଇପାରେ ବୋତଲ ପାଣି

ସାଧାରଣତଃ ବାହାରକୁ ଗଲେ ବୋତଲରେ ପାଣି ଧରି ପାଣି ପିଇଥାଉ । ବିଭିନ୍ନ ରୋଗରୁ ରକ୍ଷା ପାଇଁ ଡାକ୍ତରଙ୍କ ମଧ୍ୟ ଘରୁ ବାହାରକୁ ଗଲେ ବୋତଲ ପାଣି ବ୍ୟବହାର କରିବା ପାଇଁ ପରାମର୍ଶ ଦିଅନ୍ତି । କିନ୍ତୁ ଜାଣିଛନ୍ତି କି, ବୋତଲ ପାଣି ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏଭଳି ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି ।
ସେଲିବ୍ରେଟି ତଥା ନ୍ୟୁଟିସନ ସଂଯୁକ୍ତା ଦିବାକର ନିଜର ଇନଷ୍ଟାଗ୍ରାମରେ ବୋତଲ ପାଣି ପିଇବାକୁ ମନା କରିଛନ୍ତି । ସେ ଲେଖିଛନ୍ତି ବୋତଲ ପାଣି ଜମାରୁ ନୁହେଁ ।’ ସେହିପରି ଭାଭା ରିସର୍ଚ୍ଚ ସେଣ୍ଟରର ବୈଜ୍ଞାନିକମାନେ କହିଛନ୍ତି ବୋତଲ ସଫା କରିବା ପାଇଁ ପ୍ରୟୋଗ କରାଯାଉଥିବା ବିଷାକ୍ତ ରାସାୟନିକ କେତେ ଥର ବୋତଲ ପାଣିରେ ଦେଖିବାକୁ ମିଳିଛି । ଭାବାର ଯାଞ୍ଚ ରିପୋର୍ଟରେ କୁହାଯାଇଛି, “୨୭ ଗୁଣ ରାସାୟନିକ ପଦାର୍ଥ ବୋତଲ ପାଣିରେ ଥାଏ । ଏହା ଦ୍ୱାରା କ୍ୟାନସର ହେବାର ଆଶଙ୍କା ରହିଥାଏ ।” ସଂଯୁକ୍ତା ଦିବାକର କହିଛନ୍ତି, ଏକ ଲିଟର ବୋତଲ ପାଣି ତିଆରି କରିବା ପାଇଁ ଭୂତଳ ଜଳ ୩ ଲିଟର ବ୍ୟବହାର କରାଯାଇଥାଏ । ପରେ ଏହାକୁ ଅଧିକ ରେଟ୍ରେ ବଜାରରେ ବିକ୍ରି କରାଯାଇଥାଏ । ଘରୁ ବାହାରକୁ ଯିବା ବେଳେ ବୋତଲ ପାଣି ନ ନେବାକୁ ସଂଯୁକ୍ତା ପରାମର୍ଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ