ଜାଣନ୍ତୁ କପଡାର ରଙ୍ଗର ରାଜ୍

ପ୍ରତି ରଙ୍ଗର କିଛି ନା କିଛି ମହତ୍ତ୍ୱ ରହିଛି । ଏହି ରଙ୍ଗକୁ ନେଇ ଅନେକ ବିଶ୍ୱାସ ମଧ୍ୟ ରହିଛି । କେବଳ ମଣିଷ ନୁହେଁ ଦେବାଦେବୀଙ୍କ ରଙ୍ଗକୁ ନେଇ ପ୍ରିୟ ଅପ୍ରିୟ ରହିଛି । ତେବେ କପଡା କିଣିଲେ ମଧ୍ୟ ଲୋକ ରଙ୍ଗର ଗୁରୁତ୍ୱ ଦେଖନ୍ତି । ନିଜ ପାଇଁ ଶୁଭ ମନେ ହେଉଥିବା ରଙ୍ଗର ଡ୍ରେସ ମଧ୍ୟ କିଣିଥାନ୍ତି । ରଙ୍ଗର ଅର୍ଥ ବୁଝିଯିବା ମାତ୍ରେ ସେହି ଅନୁସାରେ କପଡା ବାଛିବା ସହଜ ହୋଇଥାଏ । ଏପରି କ୍ଷେତ୍ରରେ ରଙ୍ଗ ଅନେକ କଥା ଦର୍ଶାଏ । ତେବେ ଆସନ୍ତୁ ଜାଣିବା କ’ଣ କହିଥାଏ କପଡାର ରଙ୍ଗ ପଛର ରହସ୍ୟ ।
ଲାଲ:ଲାଲ ରଙ୍ଗ ସାହାସ, ଇଚ୍ଛା ଶକ୍ତି ଓ ସମୃଦ୍ଧିକୁ ବୁଝାଏ । ଲାଲ ରଙ୍ଗ କପଡା ସକାଳ ସମୟରେ ବ୍ୟବହାର ସକାଳେ କରନ୍ତୁ । ଏହା ଆପଣଙ୍କୁ ସୁନ୍ଦର ସକାଳର ଅନୁଭବ କରିବ ।
କମଳା:ଏହି ରଙ୍ଗ ସ୍ୱତନ୍ତ୍ରତା, ଖୁସି, ଆତ୍ମ ସମ୍ମାନର ପ୍ରତୀକ । କୌଣସି ନୂଆ କାମ ଆରମ୍ଭ କରୁଥିଲେ ଏହି ରଙ୍ଗକୁ ପ୍ରାଥମିକତା ଦିଅନ୍ତୁ ।
ହଳଦିଆ: ଏହି ରଙ୍ଗ ମନକୁ ଖୁସି ରଖେ । ଏହା ଆତ୍ମସମ୍ମାନର ପ୍ରତୀକ । ଲେଖାଲେଖି କାମ କରିବା ଲାଗି ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ ।
ସବୁଜ: ଏହି ରଙ୍ଗ ଖୋଲା ହୃଦୟ, ଦୟା ଓ ପ୍ରେମର ପ୍ରତୀକ । ଏହି ରଙ୍ଗ ମନକୁ ସତେଜ ଅନୁଭବ କରାଏ । ସନ୍ଧ୍ୟା ସମୟରେ କୁଆଡେ ବୁଲିବାକୁ ଯିବା ସମୟରେ ସବୁଜ ରଙ୍ଗ ପିନ୍ଧିବା ଭଲ ।
ନୀଳ:ଧୈର୍ଯ୍ୟ, ସଚ୍ଚୋଟ ପଣିଆକୁ ନୀଳ ରଙ୍ଗ ଦର୍ଶାଏ । କୌଣସି କାର୍ଯ୍ୟକ୍ରମକୁ ଯାଉଥିଲେ ନୀଳ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ