ସୁଶ୍ରୀ ଚିନ୍ମୟୀ ବେହେରା ସ୍କୁଲର ଗର୍ବ ଆଣିଛନ୍ତି

ଜଗନ୍ନାଥ ପ୍ରସାଦ, (ସନ୍ତୋଷ କୁମାର ଜେନା):ବହୁ ପ୍ରତିକ୍ଷୀତ B.S.E ଦଶମ ଶ୍ରେଣୀ ର ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଛାମୁଣ୍ଡା ଗ୍ରାମର ଉଦୟନାଥ ନୋଡାଲ ବିଦ୍ୟାପୀଠର ଛାତ୍ରୀ ସୁଶ୍ରୀ ଚିନ୍ମୟୀ ବେହେରା ୫୧୭ ମାର୍କ ଆଣି ସ୍କୁଲ ର ଗର୍ବ ଆଣିଛନ୍ତି । ଏଥି ସହିତ କୁମାର ଗୋବିନ୍ଦ ମହାରଣା ୫୦୪ ଓ ସୁଶ୍ରୀ ସୁସ୍ମିତା ଡାକୁଆ ୪୦୧ ମାର୍କ ଆଣି ଯଥାକ୍ରମେ ସ୍କୁଲରେ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ସ୍କୁଲର ମାନକୁ ଉଚ୍ଚ କରିଛନ୍ତି । ଚିନ୍ମୟୀ ତାଙ୍କ ସଫଳତା ପାଇଁ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରମା ସାବତ ଓ ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ଶ୍ରେୟ ଦେବା ସହିତ ବାପା ଓ ବଡ଼ ଭାଇ ଭଉଣୀଙ୍କୁ ମଧ୍ୟ ଶ୍ରେୟ ଦେଇଛନ୍ତି । ସେ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଅନୁରୋଧ କରିଛନ୍ତିି ସ୍କୁଲ ପଡ଼ିଥିବା କଳା ଶିକ୍ଷକ ପଦବୀ ଯଥାଶୀଘ୍ର ପୂରଣ ହେଲେ ଆଗାମୀ ଦିନରେ ପିଲାମାନେ ଅଧିକରୁ ଅଧିକ ସଫଳ ପାଇପାରିବେ ଯାହାକି ତାଙ୍କୁ A1ଗ୍ରେଡ ଆଣିବାରୁ ବଞ୍ଚିତ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ