ଦୁର୍ଦ୍ଦଶାରେ ଘରୋଇ ବସ ମାଲିକ ଓ କର୍ମଚାରୀ ଖତ ଖାଉଛି ୩୦ରୁ ଉର୍ଦ୍ଧ୍ୱ ଗାଡ଼ି

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ମହାମାରୀ କରୋନା ଭୁତାଣୁ ସଂକ୍ରମଣ ସକାଶେ ଦୀର୍ଘ ୪ ମାସରୁ ଉର୍ଦ୍ଧ୍ୱ ସମୟ ଧରି ବସ ଚକା ଗଡ଼ିନି । ବସଷ୍ଟାଣ୍ଡରେ ପଡ଼ ପଡ଼ି ଖତ ଖାଇବାକୁ ବସିଲାଣି ଯାତ୍ରୀବାହୀ ବସ୍ । ଲକଡ଼ାଉନ, ସଟଡ଼ାଉନ କଟକଣା ଯୋଗୁଁ ଦୀର୍ଘ ୪ ମାସ ହେଲା ଟଙ୍କାଟିଏ ମଧ୍ୟ ଆଦାୟ ହେଉନାହିଁ ।କେବେ ବସ ଗଡ଼ିବ ତାହା ମଧ୍ୟ ଅନିଶ୍ଚିତ । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅଂଚଳର ପ୍ରାୟ ବସ ମାଲିକଙ୍କ ଏଭଳି ଦୟନୀୟ ସ୍ଥିତି । ସମସ୍ତେ ନିଜ ପରିବାରର ଭବିଷ୍ୟତ ନେଇ ଚିନ୍ତିତ । ବସ ମାଲିକଙ୍କ ସମେତ ସମାନ ଦୁର୍ଦ୍ଦଶା ଭୋଗ କରୁଛନ୍ତି ପରିବହନ କର୍ମଚାରୀ ଡ଼୍ରାଇଭର, ହେଲପର, କଣ୍ଡକ୍ଟର, ହକର ଓ ଟିକଟ ବୁକର୍ । ବସରେ କାମ କରି ସେମାନଙ୍କ ପରିବାର ପ୍ରତିପୋଷଣ କରୁଥିଲେ । ବସ ବନ୍ଦ ହେବା ପରେ ସେମାନଙ୍କ ରୋଜଗାର ମଧ୍ୟ ବନ୍ଦ ହୋଇପଡ଼ିଛି । ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହିତ କରିବା ଳକ୍ଷ୍ୟରେ ସରକାର ଗତ ମାର୍ଚ୍ଚ ୨୨ ତାରିଖ ଠାରୁ ଲକଡ଼ାଉନ ଘୋଷଣା କରିଥିଲେ । ସେହି ଦିନ ଠାରୁ ଅଜି ପର୍ଯ୍ୟନ୍ତ ଘରୋଇ ବସ ସେବା ସମ୍ପୁର୍ଣ୍ଣ ବନ୍ଦ ରହିଛି । ପୂର୍ବରୁ ଯାହା କିଛି ସଂଚୟ କରି ରଖିଥିଲେ, ସେ ସବୁ ମଧ୍ୟ ସରିଗଲାଣି । ଧାର ଉଧାର କରି କିଛି ଦିନ ଚଳିବା ପରେ ବର୍ତର୍ମାନ ଏଭଳି ସ୍ଥିତିରେ କେହି ଆଉ କରଜ ଦେବାକୁ କୁଣ୍ଠିତ ହେଉଛନ୍ତି । ଅନ୍ୟପକ୍ଷରେ ବସ ଗୁଡ଼ିକ ପଡ଼ ପଡ଼ି ଟାୟାର ଓ ବ୍ୟାଟେରି ଗୁଡ଼ିକ ନଷ୍ଟ ହୋଇଗଲାଣି । ବସ ଗୁଡ଼ିକ ଚାଲିବା ଅବସ୍ଥାକୁ ଆଣିବାକୁ ହେଲେ ଗାଡ଼ି ପିଛା ୬୦ ହଜାରରୁ ୮୦ହଜାର ଟଙ୍କା ଖର୍ଚ୍ଚ ହେବ ।ବସ ପାଇଁ ଅଣାଯାଇଥିବା ଋଣଚିସ୍ତି ସୁଝିବାକୁ ହେବ । ଏସବୁ ଭାବିବା ବେଳକୁ କଣ କରିବେ ସେ ନେଇ ଚିନ୍ତା ଲାଗୁଛି ବୋଲି ଘରୋଇ ଯାତ୍ରୀବାହୀ ବସ ମାଲିକ ରଞ୍ଜିତ କୁମାର ପାଢି, ସୁଶାନ୍ତ କୁମାର ପ୍ରଧାନ, ଟୁଟୁ ମୁନି. ଲାଲାଜି ମହାପାତ୍ର, ଅରୁଣ ନାୟକ, ରାକେଶ ସାହୁ, ରାମ ପାଢି ପ୍ରମୁଖ କହିଛନ୍ତି । ଅନ୍ୟପକ୍ଷରେ ବସ ଗୁଡ଼ିକରେ କାମ କରୁଥିବା କର୍ମଚାରୀ ମାନେ ଦୀର୍ଘ ୪ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଘରେ ହାତ ବାନ୍ଧି ବସିଛନ୍ତି । ମାଲିକଙ୍କ ତ ରୋଜଗାର ନାହିଁ, କର୍ମଚାରୀଙ୍କୁ କେଉଁଠୁ ଆଣି ଦେବେ ସେ ଚିନ୍ତାରେ ମାଲିକଙ୍କ ପାଖକୁ ଯାଇ କିଛି ଅଗ୍ରୀମ ଟଙ୍କା ଆଣିବା ପାଇଁ ଇଛା ନାହିଁ । ପରିବାର ଚଳାଇବା ତ ଦୂରରର କଥା ନିଜ ପେଟକୁ ଖାଦ୍ୟ କିଭଳି ଯୋଗାଡ଼ କରିବେ ସେ ନେଇ ହିଞ୍ଜିଳିକାଟୁ ଅଂଚଳର ପ୍ରାୟ ୩୦ଟି ଗାଡ଼ିରେ କାର୍ଯ୍ୟ କରୁଥିବା ଶତାଧିକ କର୍ମଚାରୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ