ନାଉଗାଁ ବ୍ଳକରେ ୭୩ତମ ସ୍ୱାଧିନତା ଦିବସ ପାଳିତ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର ବିଭିନ୍ନ ସ୍ଥାନରେ ୭୩ତମ ସ୍ୱାଧିନତା ଦିବସ ଗୁରୁବାର ପାଳନ ହୋଇଯାଇଛି । ପଞ୍ଚାୟତ କାର୍ଯ୍ୟାଳୟ ,ଓ ତହସିଲ ଅଫିସ , ଗୋଷ୍ଟି ସ୍ୱାସନ୍ଥ କେନ୍ଦ୍ର ମଉଳା ଭଣଜା ମହାବିଦ୍ୟାଳ ଆଦି ବିଭିନ୍ନ ସ୍ଥାନରେ ଆଡମ୍ବର ସହିତ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗୁଡିକରେ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ଓ ସ୍ଥାନୀୟ ଲୋକ ମାନଙ୍କ ପାଳିତ ହୋଇଯାଇଛି । ବହୁ ଅଧିକାରୀ ଓ ରାଜନେତା ବହୁ ବରିଷ୍ଠ ଅଧିକାରୀ ବିଭିନ୍ନ ସ୍ଥାନରେ ପତାକା ଉତୋଳନ କରିଥିଲେ । ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ନାଉଗାଁ ବଜାର ନଗର ପରିକ୍ରମା କରି ଭାରତ ମାତା କି ଜୟ ଧ୍ୱନିରେ ପ୍ରକମ୍ପିତ କରିଥିଲେ । ବ୍ଳକରେ ଥିବା ବିଭିନ୍ନ ଯୁବକ ସଂଘ ତଥା ଭଟଣାରେ ଉର୍ମିଲୋଚନ ପାଠାଗାର ସହିତ ଡେରିକିସ୍ଥିତ ନେତାଜୀ ଯୁବ ସଂଘ, ଇନ୍ଦିରା ଯୁବକ ସଂଘ ତିରୁଣା ପକ୍ଷରୁ ପତକା ଉତୋଳନ କରାଯାଇଥିଲା ।


