ଭୁମୀହୀନଙ୍କୁ ଘରଡିହ ପଟ୍ଟା ପ୍ରଦାନ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍): ହାଟଡିହି ତହସିଲର ବିଭିନ୍ନ ରାଜସ୍ୱ ସର୍କଲରୁ ଭୁମୀହୀନ ମାନଙ୍କୁ ଘରଡିହ ପଟ୍ଟା ଦେବାର ବ୍ୟବସ୍ଥା କରାଯାଇଛି । ଏଥିଲାଗି ତହସିଲଦାର ଗାୟତ୍ରୀ ସୋରେନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ଭାଗିରଥି ସେଠୀ, ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ, ଉପାଧ୍ୟକ୍ଷ ନରେନ୍ଦ୍ର ନାୟକ, ବିଡିଓ ସୁଶାନ୍ତ କୁମାର ବାରିକ, ଅତିରିକ୍ତ ତହସିଲଦାର ରଶ୍ମିରଞ୍ଜନ ଦାଶ ପ୍ରମୁଖ ଯୋଗଦେଇ ୧୮ଜଣ ଭୁମିହୀନଙ୍କୁ ଜମିପଟ୍ଟା ପ୍ରଦାନ କରିଥିଲେ । ଜମିପଟ୍ଟା ପାଇଥିବା ଏହି ଭୁମୀହୀନ ଲୋକମାନଙ୍କୁ ତୁରନ୍ତ ବାସଗୃହ ଯୋଗାଇ ଦେବାର ବ୍ୟବସ୍ଥା କରିବାକୁ ତହସିଲଦାର ଓ ବିଡିଓ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତହସିଲର ରେକର୍ଡ କିପର ମାନସ କୁମାର ସାହୁ, ରାଜସ୍ୱ ନିରୀକ୍ଷକ ମାନସ ରଞ୍ଜନ ପରିଡା, ସୁଶାନ୍ତ କୁମାର ସାମଲ, ସନ୍ତୋଷ କୁମାର ନାୟକ, ଅଭିମନ୍ୟୁ ଭୂୟାଁ, ରାଜୀବ ଲୋଚନ ସାହୁ ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ।