କୋଭିଡ ନିୟମକୁ ବେଖାତିର କରି ଖେଳିଲେ କବାଡି
ଦିଗପହଣ୍ଡି,(ଓ୍ବାଇଏନ୍ଏସ୍):ଦିଗପହଣ୍ଡି ସହର ସ୍ଥିତ ଆଠଗଡ଼ିଆ ସାହି ଛକରେ କୋଭିଡ଼ – ୧୯ ନୀତି ନିୟମ କୁ ବେଖା ତିର କରି କବାଡି ଖେଳିଥିବା ୧୬ ଜଣ ଯୁବକଙ୍କ ନାଁ ରେ ମାମଲା ରୁଜୁ କରିଛି ପୋଲିସ।ଦିଗପହଣ୍ଡି ତହସିଲଦାର ଅଦ୍ଵୈତ କୁମାର ସ୍ବାଇଁ ଙ୍କ ଏତଲା କ୍ରମେ ଥାନା ମାମଲା ନଂ.୧୬୬/୨୦ ଅନୁଯାୟୀ ଅଭିଯୁକ୍ତ ମାନଙ୍କ ନାଁ ରେ ବିଭିନ୍ନ ଦଫାରେ ମକଦ୍ଦମା ରୁଜୁ କରାଯାଇଥିବା ପୋଲିସ କହିଛି।ଗତ ଗହ୍ମା ପୂର୍ଣ୍ଣମୀ ଉପଲକ୍ଷେ ଅବସରରେ ସୋମବାର ରାତି ପ୍ରାୟ ୧୦ ଟାରେ ଆଠଗଡ଼ିଆ ସାହି ଛକରେ ଆୟୋଜନ କରାଯାଇଥିଲା କବାଡି ଖେଳ। ବିଭିନ୍ନ ସାହି ବସ୍ତିର ଯୁବକ କବାଡି ଖେଳରେ ସାମିଲ ଥିଲେ। ମୋବାଇଲରେ କବାଡି ଖେଳର ଫଟୋ ସହ ଭିଡ଼ିଓ ଉତ୍ତୋଳନ କରି କେହି ବ୍ୟକ୍ତି ଗଞ୍ଜାମ ଜିଲାପାଳ ଙ୍କୁ ପଠାଇଥିଲେ।ଏନେଇ ତଦନ୍ତ କରିବାକୁ ସେ ସ୍ଥାନୀୟ ତହସିଲଦାର ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତହସିଲଦାର ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରିବାପରେ ସେଥିରେ ସତ୍ୟତା ଥିବା ଜଣାପଡିଥିଲା। ବ୍ରହ୍ମପୁର ଉପଜିଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ସେ ଗୁରୁବାର ଥାନାରେ ଏତଲା ଦେଇଥିବା ତହସିଲଦାର କହିଛନ୍ତି।