ଵ୍ରହ୍ମପୁର ବଡ଼ ମେଡିକାଲ ଆଉଟ ଡୋର ଖୋଲିବ
ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ):ଵ୍ରହ୍ମପୁର ବଡ଼ ମେଡିକାଲ ରେ ଚଳିତ ମାସ ୬ ତାରିଖରେ ହୋଇଥିବା ଏକ ଉଚ୍ଚ ସ୍ତରୀୟ ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଏଥିରେ ସୋମବାର ଠାରୁ ରୋଗୀଙ୍କ ପାଇଁ ଆଉଟ ଡୋର ଖୋଲିବ । ଅନ୍ୟ ରୋଗୀଙ୍କ ପାଇଁ ଯେପରିକି ମେଡିସିନ ପାଇଁ ଭୌତିକଚିକିତ୍ସା ଓ ଥଇଥାନ କେନ୍ଦ୍ର କୋଠା, ସ୍କିନ ଏଣ୍ଡ ଭିଡି ପାଇଁ ସେମାନଙ୍କ ଅନ୍ତଃ ଚିକିତ୍ସା ବିଭାଗ କୋଠା, ଯକ୍ଷ୍ମା ଏଣ୍ଡ ଚେଷ୍ଟ ରୋଗୀଙ୍କ ପାଇଁ ସେମାନଙ୍କ ଅନ୍ତଃ ଚିକିତ୍ସା ବିଭାଗ କୋଠାରେ ଚିକିତ୍ସା କରାଯିବ । ସେହିପରି ସାଇକ୍ରାଟିକ ବିଭାଗ ର ରୋଗୀଙ୍କୁ ସେମାନଙ୍କ ପାଇଁ ଉଦ୍ଧିଷ୍ଟ ଥିବା ମେଡ଼ିକଲ ଗେଟ ସମ୍ମୁଖ ସ୍ୱତନ୍ତ୍ର ଅନ୍ତଃ ଚିକିତ୍ସା ବିଭାଗ କୋଠାରେ ହେବ ବୋଲି ଉଲ୍ଲେଖ ରହିଛି । ଅନ୍ୟ ପକ୍ଷରେ ମେଡିକାଲ ପରିସରରେ ନୂତନ ଭାବେ ହୋଇଥିବା କୋଭିଡ ହସ୍ପିଟାଲ କୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ । ସେହି ସ୍ଥାନରେ କୋଭିଡ ରୋଗୀଙ୍କ ସମର୍କୀୟ ମାନେ ଅଯଥାରେ ଯେପରି ଗହଳି ନ କରିବେ ସେଥିପ୍ରତି ପୋଲିସ କର୍ତ୍ତୃପକ୍ଷ ଙ୍କୁ ନଜର ରଖିବା ପାଇଁ ଅନୁରୋଧ କରାଯାଇଛି । ମେଡିକାଲ ପରିସରରେ ଯେପରି ଗହଳି କମ ରହିବ ସେ ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ନିଷ୍ପତି ହୋଇଥିବା ପତ୍ର ହସ୍ତଗତ ହୋଇଛି।