ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ଛାତ୍ରନେତା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବାଦ୍ୟାଳୟର +୩ଶେଷ ବର୍ଷ ଛାତ୍ର ଶିବାନି ପାତ୍ର ନିଜ ଜନ୍ମ ଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି । ଜନ୍ମ ଦିନରେ ସକାଳୁ ମା’ ଶ୍ୟାମଳାଇଙ୍କ ଆଶିଷ ଭିକ୍ଷା କରିବା ସହ ନୂଆଁ ବୁରୁପୋଡ଼ା ଗ୍ରାମର କିଛି ଅସହାୟ ପରିବାରଙ୍କୁ ଶୁଖିଲା ଖାଦ୍ୟ, ପନିପରିବା ପ୍ରଦାନ କରିଥିଲେ ।ପରେ ନିଜ ପୈତୃକ ଗ୍ରାମ ସ୍ଥାନୀୟ ବ୍ଳକ ପୋଡ଼ିଙ୍ଗି ଗ୍ରାମରେ ରାସ୍ତାର ଉଭୟ ପ୍ୱାଶ୍ୱର୍ରେ ଚାରା ରୋପଣ କରିବା ସହ ରୋପଣ ଚରାରା ଯତ୍ନ ନେବା ପାଇଁ ଶପଥ କରିଥିଲେ । ଅତିଥି ଭାବେ ହିଞ୍ଜିଳିକାଟୁ ବିଡ଼ିଓ ପ୍ରସନ କୁମାର ପାତ୍ର ଯୋଗଦେଇ ଚାରା ରୋପଣର ଶୁଭାରମ୍ଭ କରିବା ସହ ଜନ୍ମ ଦିନକୁ ଏଭଳି ନିଆରା ଢଙ୍ଗରେ ପାଳନ କରିଥିବାରୁ ଶିବାନିଙ୍କୁ ଜନ୍ମ ଦିନର ଶୂଭକାମନା ଜଣାଇବା ସହ ଏଭଳି କାର୍ଯ୍ୟ ଳଜାରି ରଖିବାକୁ ପରାମର୍ଶ ଦେଇଥିଲେ । ଚାରା ରୋପଣ କାର୍ଯ୍ୟକ୍ରମରେ ବିନାୟକ ପଟ୍ଟନାୟକ, ଲକ୍ଷ୍ମଣ ପାତ୍ର, ପପୁ ପଣ୍ଡା, ଚନ୍ଦନ ପାତ୍ର, ଭଗବାନ ସାହୁ, ଭବାନି ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ