ନନ୍ଦିପଦା ଥାନାରେ ବ୍ୟାପକ ଅବ୍ୟବସ୍ଥା, କାଗଜ କଲମରେ ଚାଲିଛି ଆମ ପୁଲିସ ସମିତି

ହାଟଡିହ, (ଓ୍ବାଇଏନ୍ଏସ୍):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ନନ୍ଦିପଦା ଥାନାରେ ବ୍ୟାପକ ଅବ୍ୟବସ୍ଥା ଯୋଗୁଁ ଲୋକମାନେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ଅନ୍ୟପକ୍ଷରେ ଥାନାରେ ଆମପୁଲିସ ସମିତି ଥିଲେ ମଧ୍ୟ ତାହା କେବଳ କାଗଜ କଲମରେ ଚାଲିଥିବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସୁଚନା ଅନୁଯାଇ ନନ୍ଦିପଦା ଥାନାରେ ଦୀର୍ଘ ମାସ ହେବ ଆଇଆଇସି ପଦବୀ ଫାଙ୍କା ପଡିଥିବା ଥିବାବେଳେ ସବଇନସପେକ୍ଟର, ଓ ଏଏସଆଇ ପଦବୀ ଫାଙ୍କା ପଡିଛି । ସେହିପରି ଅନେକ କନେଷ୍ଟବଲ ପଦବୀ ଫାଙ୍କା ପଡିଥିବାରୁ ବର୍ତ୍ତମାନ ଥାନାଟି ଠିକ ଭାବେ କାର୍ଯ୍ୟକ୍ଷମ ହୋଇପାରୁନି । ଲୋକମାନେ ବିଭିନ୍ନ ଅଭିଯୋଗ ନେଇ ଥାନାକୁ ଆସୁଥିବାବେଳେ ସେମାନଙ୍କୁ ଉଚିତ ବ୍ୟବହାର ପ୍ରଦର୍ଶନ କରାଯାଉ ନାହିଁ । ବିଭିନ୍ନ ମାମଲାର ସଠିକ ତଦନ୍ତ ମଧ୍ୟ କରାଯାଇପାରୁନାହିଁ । ଥାନାରେ ଦକ୍ଷ ଅଫିସର ନଥିବାରୁ ଥାନା ଉପରୁ ଲୋକଙ୍କ ଆସ୍ଥା ତୁଟି ଗଲାଣି । ରାଜ୍ୟ ସରକାର ମୋ ସରକାର ଓ ୫-ଟି ଯୋଜନା ଲାଗୁକରି ଥାନାକୁ ତା ସହିତ ଯୋଡିଥିବାବେଳେ ଏଠାରେ ୫ଟି ଯୋଜନା କି ମୋ ସରକାର ଯୋଜନାର କୌଣସି ମାନେ ରହୁନାହିଁ । ଥାନାକୁ ଅଭିଯୋଗ କରିବାକୁ ଯାଉଥିବା ଲୋକମାନେ ଉଚିତ ବ୍ୟବହାର ପାଉ ନାହାନ୍ତି । କର୍ମଚାରୀ ଓ ଗାଡିର ଅଭାବ ଯୋଗୁଁ କୋଭିଡ ସମୟରେ ପୁଲିସ ଉପଯୁକ୍ତ କର୍ତ୍ତବ୍ୟ କରିପାରୁନି । ସେହିପରି ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ଆମ ପୁଲିସ ସମିତି ଗଠନ କରାଯାଇଥିଲା । ନନ୍ଦିପଦା ଥାନା ଆମ ପୁଲିସ ସମିତି ଜରିଆରେ ବିଭିନ୍ନ ସାମାଜିକ କାର୍ଯ୍ୟ ଯଥା ଶିଶୁ ସୁରକ୍ଷା ଆଇନ, ସଡକ ସୁରକ୍ଷା ଜୀବନ ରକ୍ଷା, ସ୍କୁଲ ଗାଡି ଚାଳକ ମାନଙ୍କୁ ସଚେତନତା, ‘ପରୀ’ ଭଳି କାର୍ଯ୍ୟକ୍ରମ ମାନ ସଫଳତାର ସହ ଆୟୋଜନ କରାଯାଇ ଥିବାବେଳେ ପୁଲିସ ମାଧ୍ୟମରେ ବିଭିନ୍ନ ଗାଁ ଗଣ୍ଡାରେ ଛୋଟ ମୋଟ ମାମଲାର ସମାଧାନ ହୋଇପାରୁଥିଲା । ଏପରିକି ନନ୍ଦିପଦା ଥାନାରେ ଅନେକ ଜମିବାଡି ବିବାଦ ମାମଲା ଆସୁଥିବାବେଳେ ପୁଲିସ ହି ସମିତିର କିଛି ସଦସ୍ୟଙ୍କ ସହଯୋଗରେ ତାହାକୁ ସମାଧାନ କରୁଥିଲା । କିନ୍ତୁ ନନ୍ଦିପଦା ଥାନାରେ ଜଣେ ସବଇନିସପେକ୍ଟର ଦାୟିତ୍ୱ ନେବା ପରଠାରୁ ଆମ ପୁଲିସ ସମିତି ବୈଠକ ଡାକି ନାହାନ୍ତି । ଏପରିକି କୋଭିଡ ସମୟରେ ବୈଠକ ନଡାକି ମଧ୍ୟ ସେମାନଙ୍କ ସହଯୋଗ ଲୋଡା ଯାଉ ନାହିଁ । ଏବେ ବି ଗାଁ ଗଣ୍ଡାରେ ଅନେକ ଛୋଟ ମୋଟର ସମସ୍ୟା ଲାଗି ରହିଛି ଓ ଲୋକମାନେ ଏହି ସମସ୍ୟାକୁ ଧରି ଥାନାକୁ ଆସୁଛନ୍ତି । ବରଂ ଆମ ପୁଲିସ ସମିତିର ସଦସ୍ୟଙ୍କ ସହଯୋଗରେ ଏହି ଛୋଟମୋଟର ସମସ୍ୟା ଗୁଡିକ ସମାଧାନ ହୋଇ ପାରନ୍ତା । କିନ୍ତୁ ପୁଲିସ ସେପରି କିଛି କରୁନଥିବାରୁ କିଛି ଦଲାଲ ଏହି ଲୋକମାନଙ୍କୁ ଶୋଷଣ କରୁଥିବା ନେଇ ଅଭିଯୋଗ ହେଉଛି । ପୁଲିସ ଉଚ୍ଚ କର୍ତ୍ତୁପକ୍ଷ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ