ବାଙ୍ଗିରିପୋଷିରୁ ନାବାଳିକା ଉଦ୍ଧାର

ହାଟଡିହି,(ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକାକୁ ନନ୍ଦିପଦା ପୋଲିସ ଶନିବାର ମୟୁରଭଞ୍ଜ ଜିଲା ବାଙ୍ଗିରିପୋଷି ଅଞ୍ଚଳରୁ ଉଦ୍ଧାର କରିଛି । ଅଭିଯୋଗ ଅନୁସାରେ ଗତ ଗୁରୁବାର ନାବାଳିକା ଜଣକ ରାକ୍ଷୀ କିଣିବାକୁ ନିକଟସ୍ଥ ବଜାରକୁ ଯାଇ ଆଉ ଘରକୁ ଫେରିନଥିଲେ । ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ଝିଅର ପତ୍ତା ମିଳିନଥିଲା। ଫଳରେ ଶୁକ୍ରବାର ପରିବାର ତରଫରୁ ନନ୍ଦିପଦା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ପୋଲିସ ମାମଲା ନଂ ୩୩୦/୨୦୨୬ ପଞ୍ଜିକରଣ କରି ଯାନ୍ତ୍ରିକ ପଦ୍ଧତି ସହାୟତାରେ ନାବାଳିକା ଜଣକ ବାଙ୍ଗିରିପୋଷି ଥାନା ଅଞ୍ଚଳରେ ଥିବା ପ୍ରଥମେ ଜାଣିବାକୁ ପାଇଥିଲା । ପରେ ନନ୍ଦିପଦା ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତିଙ୍କ ନେତୃତ୍ୱରେ ପୋଲିସର ଏକ ଟିମ ଶୁକ୍ରବାର ରାତି ବାଙ୍ଗିରିପୋଷି ଅଞ୍ଚଳକୁ ଯାଇ ସେଠାକାର ପୋଲିସ ସହାୟତା ନେଇଥିଲା l ପରେ ଜଣେ ବ୍ୟକ୍ତିଙ୍କ ଘରୁ ନାବାଳିକା ଜଣକୁ ଉଦ୍ଧାର କରାଯାଇଥିବା ତଦନ୍ତକାରୀ ଅଧିକାରିଣୀ ବିନିତା ଲାକ୍ରା କହିଛନ୍ତି l ପୋଲିସର ଏପରି ତୁରନ୍ତ ପଦକ୍ଷେପକୁ ନେଇ ନାବାଳିକାଙ୍କ ପରିବାର ଲୋକ କୃତଜ୍ଞତା ଜଣାଇବା ସହ ପ୍ରଶଂସା କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ