ଅନାଦି ବିଶ୍ୱାଳଙ୍କୁ ଆଦର୍ଶ ଶିକ୍ଷକ ସମ୍ମାନ
ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ): ମିଳିତ ଶିକ୍ଷକ କର୍ମଚାରୀ ସଙ୍ଘ ପକ୍ଷରୁ ହାଟଡିହି ବ୍ଲକ କାନପୁର ଗ୍ରାମର ଅବସରପ୍ରାପ୍ତ ପଶୁଧନ ନିରୀକ୍ଷକ ଗଙ୍ଗାଧର ରାଉତଙ୍କୁ ତାଙ୍କ ନିସ୍ୱାର୍ଥପର ସେବା ପାଇଁ ସମାଜ ସେବା ସମ୍ମାନ ଓ ଶାସଙ୍ଗ ଗ୍ରାମର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅନାଦି ଚରଣ ବିଶ୍ୱାଳଙ୍କୁ ଆଦର୍ଶ ଶିକ୍ଷକ ସମ୍ମାନରେ ସମ୍ମାନୀତ କରାଯାଇଛି । ସେହିପରି ହାଟଡିହି ବ୍ଲକର ୧୨ଜଣ ଛାତ୍ରଛାତ୍ରୀଙ୍କୁ ମଧ୍ୟ ମେଧାବୀ ସମ୍ମାନରେ ସମ୍ବର୍ଦ୍ଧତ କରାଯାଇଛି । ମିଳିତ ଶିକ୍ଷକ କର୍ମଚାରୀ ସମାବେଶରେ କେନ୍ଦୁଝର ସାଂସଦ ଚନ୍ଦ୍ରାଣି ମୁର୍ମୁ, କେନ୍ଦୁଝର ଜିଲ୍ଲା ଶିକ୍ଷା ଅଧିକାରୀ କପିଳେନ୍ଦ୍ର ମିଶ୍ର, ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ସଞ୍ଜିବ ବାରିକ, ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘର ରାଜ୍ୟ ମୁଖ୍ୟ ସଂଗଠକ ଦେବେନ୍ଦ୍ର ମହାନ୍ତି, ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ପ୍ରଣବ କୁମାର ରାଉତରାୟ, ରାଜ୍ୟ ୟୁଟିଆର ସାଧାରଣ ସମ୍ପାଦକ ଯୁଦ୍ଧିଷ୍ଠିର ଖଟୁଆ, କାର୍ୟ୍ୟକାରୀ ସଭାପତି ଅର୍ଜୁନ ଚରଣ ବିଶ୍ୱାଳ ପ୍ରମୁଖ ଯୋଗଦେଇ ନିଜ ପେନସନ ଟଙ୍କାରେ କାନପୁର ଗାଁରେ ସର୍ବସାଧାରଣ ଲୋକଙ୍କ ପାଇଁ ସାଳନ୍ଦୀ ନଦୀ ଉପରେ ପୋଲ ନିର୍ମାଣ କରୁଥିବା ଅବସରପ୍ରାପ୍ତ ପଶୁଧନ ନିରୀକ୍ଷକ ଗଙ୍ଗାଧର ରାଉତଙ୍କୁ ଉଚ୍ଚ ପ୍ରଶଂସା କରିବା ସହିତ ତାଙ୍କୁ ସମାଜସେବା ସମ୍ମାନ ଓ ଶିକ୍ଷାଦାନ କ୍ଷେତ୍ରରେ ଉତ୍ସର୍ଗୀକୃତ ସେବାପାଇଁ ଶାସଙ୍ଗ ଗ୍ରାମର ଅବସରପ୍ରାପ୍ତ ହାଇସ୍କୁଲ ପ୍ରଧାନ ଶିକ୍ଷକ ତଥା ୟୁଟିଆ ସଂଘର ଜିଲ୍ଲା ସଭାପତି ଅନାଦି ଚରଣ ବିଶ୍ୱାଳଙ୍କୁ ଆଦର୍ଶ ଶିକ୍ଷକ ସମ୍ମାନରେ ସମ୍ମାନୀତ କରିଥିଲେ । ଏହି ଅବସରରେ ଅତିଥିମାନେ ସେମାନଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଶାସଙ୍ଗ ହାଇସ୍କୁଲର ପ୍ରେରଣା ଦାସ, ଶାସଙ୍ଗ ବାଇଧର ନୋଡାଲର ଚିତ୍ରଶ୍ୱେରୀ ବେହେରା, ହାଟଡିହି ସରସ୍ୱତୀ ଶିଶୁମନ୍ଦିରର ଏସ.ଏସ.ଅଂଶୁମାନ ବିଶ୍ୱାଳ, ହାଟଡିହି ନୋଡାଲର ପ୍ରତ୍ୟୁଶ କୁମାର ରଣା, ଜଳକଳଙ୍ଗ ୟୁପି ସ୍କୁଲର ବିଭୁପ୍ରସାଦ ଶାସିନି, ମରୈଗାଁ ଏମ.ଇ ସ୍କୁଲର ଚିନ୍ମୟୀ ବିଶ୍ୱବନ୍ଦିତା ବେହେରା, ଶାସଙ୍ଗ ବାଇଧର ନୋଡାଲର ମଧୁସ୍ମିତା ବିଶ୍ୱାଳ, ଛେନାପଦି ୟୁଜିୟୁପି ସ୍କୁଲର ଉମାଶଙ୍କର ସାହୁ, ପନ୍ଦାଡୋ ୟୁପି ସ୍କୁଲର ହରେକୃଷ୍ଣ ପଳତା, ବବିଲିପ୍ସା ତ୍ରିପାଠୀ, ସୁନ୍ଦରାପାଳ ୟୁପି ସ୍କୁଲର ଲିପୁନୁ ସାହୁ, ସୁରୁ ମୁଣ୍ଡା ପ୍ରମୁଖଙ୍କ ଛାତ୍ରଛାତ୍ରୀ ମାନଙ୍କୁ ମେଧାବୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।


