ସୁଲଣ ପଞ୍ଚାୟତ ଅନିୟମିତତା,  ତଦନ୍ତ ପାଇଁ ବିଡିଓଙ୍କୁ ଦାବିପତ୍ର  

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୁଲଣ ପଞ୍ଚାୟତରେ ସରକାରୀ ଅର୍ଥ ଅନିୟମିତତା ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଞ୍ଚାୟତ ୱାର୍ଡସଭ୍ୟସଭ୍ୟା ଓ ଗ୍ରାମବାସୀମାନେ ଆଜି ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ପଞ୍ଚାୟତରେ ସରପଞ୍ଚ ଓ ପିଇଓ ନିଜ ମନଇଛାରେ ପଞ୍ଚାୟତ ଚଳାଉଥିବାବେଳେ ଓ ବ୍ୟାପକ ହେଫେର ହୋଇଥବା ନେଇ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ପ୍ରଶାସନ ସେପରି କିଛି ପଦକ୍ଷେପ ନେଇ ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ପଞ୍ଚାୟତର ସରପଞ୍ଚ ଦୀର୍ଘମାସ ହେଲା ପଞ୍ଚାୟତର ବୈଠକ ଡାକୁନଥିବାବେଳେ ପଞ୍ଚାୟତକୁ ଆସୁଥିବା ପିଡିଏସ ଓ ଭତ୍ତା ମନଇଛା ବଣ୍ଟନ କରଛନ୍ତି । ପିଡିଏସର ସୁଶମ ବଣ୍ଟନ ହୋଇପାରୁ ନାହିଁ, ଅନେକ ହିତାଧିକାରୀ ମାସ ମାସ ଧରି କିରୋସିନି ଓ ଚାଉଳ ସୁଚାରୁରୁପେ ପାଇପାରୁ ନାହାନ୍ତି ।ପଞ୍ଚାୟତରେ ହୋଇଥିବା ଉନ୍ନୟନ କାର୍ଯ୍ୟରେ ଅନିୟମିତତା ହେବାସହ କାମ କରୁଥିବା ଲୋକମାନେ ସେମାନଙ୍କ ପ୍ରାପ୍ୟ ଠିକ ସମୟରେ ପାଇପାରୁ ନାହାନ୍ତି । ସେହିପରି ୨୦୧୮/୧୯ବର୍ଷରେ ପଞ୍ଚାୟତକୁ ଆସିଥିବା ୨୧ଲକ୍ଷ୭୧ହଜାର୪୯୫ଟଙ୍କାର କୌଣସି ହିସାବପତ୍ର ନାହିଁ । କୌଣସି ସ୍ଥାନରେ ଉନ୍ନୟନ କାର୍ଯ୍ୟର ନାଁ ଗନ୍ଧ ନଥିବାବେଳେ ସମସ୍ତ ଟଙ୍କାକୁ ଉଠାଇ ଖର୍ଚ୍ଚ କରିଦିଆଯାଇଛି । ଏନେଇ କୌଣସି କାଗଜପତ୍ର ମଧ୍ୟ ପଞ୍ଚାୟତରେ ନାହିଁ । ସେହିପରି ଗତ ୨୨/୭/୨୦୧୯ରେ ପଞ୍ଚାୟତର ଏସ.ଏଫ.ସି ଏକାଉଣ୍ଟରୁ ୧ଲକ୍ଷ ୫୦ହଜାର ଟଙ୍କା ଉଠାଣ ହୋଇଥିବାବେଳେ ୧୯/୨୦ ଆର୍ôଥକ ବର୍ଷରେ ପଞ୍ଚାୟତକୁ ସି.ଏଫ.ସି ଯୋଜନାରେ ଆସିଥିବା ୧୪ଲକ୍ଷ୬୭ହଜାର ୬୭୨ଟଙ୍କା ମଧ୍ୟରୁ ଗତ ୫ତାରିଖ ଦିନ ୫ଲକ୍ଷ ୬୦ହଜାର ଟଙ୍କା ଉଠାଇ ନିଆଯାଇଛି । ବିଡିଓଙ୍କ ବିନା ଆପୁଭାଲରେ କିପରି ଟଙ୍କା ଉଠାଗଲା ଓ ଟଙ୍କା କଣ ହେଲା ବୋଲି ୱାର୍ଡସଭ୍ୟସଭ୍ୟା ମାନେ ପଚାରିବାରୁ ସରପଞ୍ଚ ଓ ତାଙ୍କ ସ୍ୱାମୀ ପାଲଟା ଧମକ ଚମକ ଦେଉଛନ୍ତି ବୋଲି ୱାର୍ଡସଭ୍ୟମାନେ ଅଭିଯୋଗ କରିଛନ୍ତି । ସେହିପରି ମାସେରୁ ଉର୍ଦ୍ଧ ସମୟ ହେଲା ନୁତନ ପିଇଓ ପଞ୍ଚାୟତର ଦାୟିତ୍ୱ ଗ୍ରହଣ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଉ ନଥିବାରୁ ପଞ୍ଚାୟତର କାର୍ଯ୍ୟ ଏକ ପ୍ରକାର ଠପ ହୋଇଯାଇଛି ବୋଲି ନାଏବ ସରପଞ୍ଚ ଅଶୋକ କୁମାର ଜେନା, ୱାର୍ଡସଭ୍ୟ ଅଭିରାମ ରାଉତ, ହୃଦାନନ୍ଦ ନାୟକ, ମହେଶ୍ୱର ମଲ୍ଲିକ, ବସନ୍ତ ଜେନା, ଇଶ୍ୱର ବେହେରା, ବିନୋଦ ଜେନା, ରବିନ୍ଦ୍ର ମାଝୀ, ଦୁର୍ଯ୍ୟୋଧନ ଜେନା, ଲକ୍ଷ୍ମୀଧର ଜେନା, ଦୟାନିଧି ରାଉତ, ମାର୍କଣ୍ଡ ଚରଣ ଜେନା, ରବିନ୍ଦ୍ର ନାୟକ, ଗୋଲେଖ ଜେନା ପ୍ରମୁଖ ଅଭିଯୋଗ କରିଛନ୍ତି । ଏନେଇ ସେମାନେ ବିଡିଓଙ୍କ ସମେତ ଆନନ୍ଦପୁର ଉପଜିଲ୍ଲାପାଳ, କେନ୍ଦୁଝର ଜିଲ୍ଲାପାଳ ଓ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଜଣାଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ତୁରନ୍ତ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡିଓ ସୁଶାନ୍ତ କୁମାର ବାରିକ ସେମାନଙ୍କୁ ପ୍ରତିଶୃତି ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ