ଚାକିରି ପ୍ରଲୋଭନରେ ଠକେଇ ଅଭିଯୋଗ
କେନ୍ଦ୍ରାପଡା,( ଯୁଗାବ୍ଦ ନ୍ୟୁଜ୍) : ଚାକିରୀ କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଜଣେ ଠକକୁ ଧରି କେନ୍ଦ୍ରାପଡା ଟାଉନ ଥାନାରେ ଦେବା ସହିତ ସେହି ଠକ ଏବଂ ତା’ର ଝିଅ ନାମରେ ଲିଖିତ ଅଭିଯୋଗ କରାଯାଇଥିବା ଟାଉନ ଥାନା ସବଇନିସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳଙ୍କ ଠାରୁ ସୂଚନା ମିଳିଛି । ଘଟଣାରୁ ପ୍ରକାଶ ଯେ ଅଭିଯୋଗକାରୀ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଓ ଡେରାବିଶ ଅଚଂଳର ପ୍ରସନ୍ନ ପାତ୍ର, ଜ୍ୟୋତିରଞ୍ଜନ ବେହେରା ଓ ସଂଯୁକ୍ତା ସିଂହ ଟାଉନ ଥାନାରେ ଅଭିଯୋଗ କରିଛନ୍ତି ଯେ ସୂର୍ଯ୍ୟନାରାୟଣ ତ୍ରିପାଠୀ ଓ ତାଙ୍କ ଝିଅ ପ୍ରିୟଙ୍କା ପ୍ରିୟଦର୍ଶିନୀ ତ୍ରିପାଠୀ ଚାକିରୀ କରାଇଦେବାକୁ କହି ସେମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛନ୍ତି । ପରବର୍ତ୍ତି ସମୟରେ ବର୍ଷ ବର୍ଷ ଧରି ଚାକିରୀ ନମିଳିବାରୁ ସେମାନଙ୍କ ଟଙ୍କା ଫେରାଇଦେବାକୁ ଅଭିଯୋଗକାରୀମାନେ ଦୈାଡି ଦୈାଡି ନିରାଶ ହେବାପରେ ସୋମବାର ପୂର୍ବାହ୍ନରେ ସୂର୍ଯ୍ୟନାରାୟଣ କେନ୍ଦ୍ରାପଡା ସହରକୁ ଆସିଥିବାର ଖବରପାଇ ସିଭିଲ କୋର୍ଟ ଛକରେ ସେମାନେ ପ୍ରଥମେ ତାକୁ କାବୁ କରିନେଇ ପୋଲିସକୁ ଖବର ଦେବାରେ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ଅଭିଯୁକ୍ତକୁ ଥାନାକୁ ନେଇଆସିଥିଲେ । ଏହାପରେ ଅଭିଯୋଗକାରୀମାନେ ଥାନାରେ ପହଁଚି ଲିଖିତ ଅଭିଯୋଗ ସବଇନିସପେକ୍ଟର ଶ୍ରୀ ବିଶ୍ୱାଳଙ୍କୁ ଦେଇଥିଲେ । ସବଇନିସପେକ୍ଟର ଶ୍ରୀ ବିଶ୍ୱାଳ କହିଛନ୍ତି ଯେ ଘଟଣା ସମ୍ପର୍କରେ ବିଭାଗୀୟ ଉପରିସ୍ଥ ଅଧିକାରୀମାନଙ୍କ ସହ ପରାମର୍ଶ ଚାଲିଛି ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।