ଜୁରୁଡି ରେଳ ସାଇଡିଂରେ ଉତେଜନା

ଯୋଡା , (ସମୀର କୁମାର ଦାସ): କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳର ଜୁରୁଡିସ୍ଥିତ ରେଳସାଇଡିଂରେ ଖଣିଜ ବୋଝେଇ ହାଇଓା ଟ୍ରକ ଚଳାଚଳକୁ ପୁରୁଣା ଡମ୍ପର ମାଲିକ ସଂଘର ଗାଡିମମାଲିକମାନେ ବିରୋଧ କରିବାରୁ ବ୍ୟାପକ ପୋଲିସ ଫୋର୍ସ ମୂତୟନ ହୋଇଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରୁ ଜଣାପଡିଛି ଯେ, ଗୁଆଲି ଅଂଚଳର ଏକାଧିକ ଖଣିରୁ ଖଣିଜ ବୋଝେଇ କରି କେତେକ ହାଇଓା ଟ୍ରକ ଜୁରୁଡି ରେଳ ସାଇଡିଂକୁ ଖଲାସ କରିବା ପାଇଁ ଆସିଥିବା ବେଳେ ପୁରୁଣା ଡମ୍ପର ମାଲିକ ସଂଘର ଶତାଧିକ କର୍ମକର୍ତାମାନେ ଏହାକୁ ବିରୋଧ କରିଥିଲେ । ଘଟଣାସ୍ଥଳରେ ବଡବିଲ ଏସଡିପିଓ ସତ୍ୟବିକାଶ ଭୂୟାଁ , ଯୋଡା ଥାନା ଆଇଆଇସି ରାଇସେନ ମୁର୍ମୁ, ବାମେବାରୀ ଥାନା ଓଆଇସି ଅମିତାବ ଦାସ ୬ ପ୍ଲାଟୁନ୍ ପୋଲିସ ଫୋର୍ସ ସହିତ ପହନଚି ଏହାକୁ ନିଅନ୍ତ୍ରଣ କରିଥିଲେ । ପୁରୁଣା ଟ୍ରକ ମାଲିକ ସଂଘ ମାଟୋଆର ସଭାପତି ଓ ଅନ୍ୟାନ୍ୟ କର୍ମକର୍ତାଙ୍କ ସହିତ ବଡବିଲ ଏସଡିପିଓ ଏବଂ ଯୋଡା ଥାନା ଆଇଆଇସି ରାଇସେନ ମୁର୍ମୁ ଆଲୋଚନା କରି ବୁଝାସୁଝା କରିଥିଲେ । ଆଜି ଚାଲିିଥିବା ହାଇଓା ଟ୍ରକଗୁଡିକ ଚାଲିବା ପରେ ଆସନ୍ତା କାଲିଠାରୁ ବନ୍ଦ କରାଯାଇ ଆସନ୍ତା ୩ ଦିନ ମଧ୍ୟରେ ଏହାର ସମାଧାନ ପାଇଁ ଆଲୋଚନା କରାଯିବ । ଏ ସମ୍ପର୍କରେ ବଡବିଲ ଏସଡିପିଓ ସତ୍ୟବିକାଶ ଭୂୟାଁ କହିଛନ୍ତି ଯେ, ଆସନ୍ତା ୩ ଦିନ ମଧ୍ୟରେ ଆଲୋଚନା କରାଯାଇ ଡମ୍ପର ମାଲିକଙ୍କର ସମସ୍ୟାର ସମାଧାନ କରାଯିବ । ମାଇନିଂ ଏରିଆ ଟ୍ରକ ଓନର ଆସୋସିଏନ (ମାଟୋଆ) ର ସଭାପତି ଚତୁର୍ଭୁଜ ପଲେଇ କହିଛନ୍ତି ଯେ, ସଂଘରେ ପ୍ରାୟ ୪୫୦୦ ଡମ୍ପର ମାଲିକ ପଂଜୀକୃତ ଅଛନ୍ତି । ଡମ୍ପର ମାଲିକମାନଙ୍କୁ ଖଣି ଲିଜଧାରୀମାନେ ଜାଣିଶୁଣି ହଇରାଣ ହରକତ କରୁଛନ୍ତ୍‌ି । ଗାଡିଗୁଡିକୁ ବିନା କାରଣରେ ପରିବହନ କାମ ନଦେଇ ଅଟକ ରଖିଛନ୍ତି । ଯାହାଫଳରେ ଡମ୍ପରମାଲିକ ମାନେ କାର୍ଯ୍ୟ ହରା ହେବା ସହିତ ଆର୍ଥିକ କ୍ଷତି ସହି ନିରାଶ ହେବାକୁ ପଡୁଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜେଏସଡବ୍ଲୁ କମ୍ପାନୀ ପରିବହନରେ ହାଇଓା ଟ୍ରକ ଚଳାଚଳ ପାଇଁ ମାଟୋଆ ସହିତ କୌଣସି ଚୁକ୍ତି କରିନାହିଁ , କିମ୍ବା ସଂଘକୁ ନଜଣାଇ ହାଇଓା ଟ୍ରକ ପରିବହନରେ ନିୟୋଜିତ କରିଥିବାରୁ ଗାଡିମାଲିକମାନେ ଅସନ୍ତୁଷ୍ଟ ହେବା ସହିତ ସେମାନଙ୍କ ମଧ୍ୟରେ ଉତେଜନା ଦେଖାଦେଇଛି । ଡମ୍ପର ମାଲିକ ସଂଘର କାର୍ଯ୍ୟକାରୀ ସଦସ୍ୟ ସୋଏବ ଖାନ କହିଛନ୍ତି ଯେ, ଖଣିରେ ପୁରୁଣା ସଂଘ ଥିବା ସତ୍ୱେ ଖଣିମାଲିକଙ୍କ ପରଚୋନାରେ ନୂତନ ସଂଘ ତିଆରି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ