ଆଜି ଶୁକ୍ରବାର ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶି ଫଳରୁ…
ମେଷ:- ଶୁଭ ରଙ୍ଗ – ଖଇରିଆ ଓ ଗୋଲାପି ॥ ଅଚାନକ ଦୁର୍ଘଟଣା ପ୍ରତି ସତର୍କ ରହିବେ, ଦାମ୍ପତ୍ୟ ମତାନ୍ତର ସହିତ ମାନସିକ ଚିନ୍ତା ସହ ଧନହାନି ॥ ଲାଲରଙ୍ଗ ବ୍ୟବହାର କରିବେ ନାହିଁ ॥ ଅଶ୍ବତ୍ଥ ବୃକ୍ଷ ମୂଳରେ ଜଳ ସହିତ ଗୁଡ ଢାଳନ୍ତୁ ॥ ଲାଲରଙ୍ଗ ବ୍ୟବହାର କରନ୍ତୁ ନାହିଁ ॥
ବୃଷ :- ଶୁଭ ରଙ୍ଗ – ହଳଦିଆ ॥ ମାନସିକ ଓ ଆର୍ଥିକ ସ୍ଥିତି ଭଲ ରହିବ ନାହିଁ ଓ ପ୍ରତ୍ୟେକ ସମୟରେ ସତର୍କ ରୁହନ୍ତୁ ନଚେତ କୌଣସି ଦୁର୍ଘଟଣା ହୋଇପାରେ ॥ ଗାଡିଚଲାଇବ ବେଳେ ସତର୍କତା ଅବଲମ୍ବନ କରିବେ॥ ମହାମୃତ୍ୟୁଞ୍ଜୟ ୨୧ଥର ଜପ କରି ଦିନଟି ଆରମ୍ଭ କରିବେ ॥
ମିଥିନ :- ଶୁଭ ରଙ୍ଗ – ଖଇରିଆ ଓ ନିଳ ॥ ଦିନର ପ୍ରତ୍ୟେକ ସମୟ ସାଥ ଦେବ ତେଣୁ ସମୟର ଫାଇଦା ଉଠାନ୍ତୁ ॥ ଯାନ୍ତ୍ରିକ ଦ୍ରବ୍ୟ ପ୍ରତି ସତର୍କ ରହିବେ ॥ ବିଷ୍ଣୁ ଭଗବାନଙ୍କୁ ତୁଳସି ଚଢାଇବେ
କର୍କଟ :-ଶୁଭ ରଙ୍ଗ – ଧଳା ଓ କମଳା ॥ ଆତ୍ମବଳ ଦୃଢ ରହିବ, କୌଣସି କ୍ଷେତ୍ରରୁ ଅାର୍ଥିକ ସହାୟତା ପ୍ରାପ୍ତ ହେବ ମାତ୍ର ଘାତବାର ହେତୁ ପ୍ରତି କାମରେ ବାଧା ଷୃଷ୍ଟି ହେବ ତେଣୁ ସତର୍କ ରହିବେ ॥ ମାତା ଦୁର୍ଗାଙ୍କର କବଚ ପାଠ କରନ୍ତୁ ॥ କର୍ମକ୍ଷେତ୍ରରେ ସହଜରେ କାହାକୁ ବିଶ୍ବାସ କରିନ୍ତୁ ନାହିଁ ॥
ସିଂହ :- ଶୁଭରଙ୍ଗ – ସବୁଜ ॥ ପ୍ରତି କାମରେ ଶୁଭଫଳ ମିଳିବ, ଅଟକିଥିବା କାମ ସହଜରେ ହେବ, ଆତ୍ମବଳ ଅଧିକ ରହିବ ॥ ଲାଲ ବସ୍ତ୍ର ପରିଧାନ କରି ଦୁର୍ଗା ମାଙ୍କର ସ୍ତୁତି ପାଠ କରିବ ॥ କଳାରଙ୍ଗ ବ୍ୟବହାର କରନ୍ତୁ ନାହିଁ ॥
କନ୍ୟା :- ଶୁଭରଙ୍ଗ- ମାଟିଆ ॥ ମନମୁତାବକ କାର୍ଯ୍ୟ ସଂପର୍ଣ୍ଣ ହେବ,କର୍ମକ୍ଷେତ୍ର ଓ ପାରିବାରିକ ପରିବେଷ ଭଲ ରହିବ ॥ ଗୋମାତାଙ୍କୁ ସବୁଜ ପରିବା ଖାଇବାକୁ ଦିଅନ୍ତୁ ॥ ଅାଜି କାହାକୁ ଆର୍ଥିକ ସାହାର୍ଯ୍ୟ କରନ୍ତୁ ନାହିଁ ॥
ତୁଳା:- ଶୁଭରଙ୍ଗ – ଧଳା ଓ ସବୁଜ ॥ ମାନ ସମ୍ମାନ ଧନ ଓ ଆତ୍ମବଳ ଦୃଢ ରହିବ, ସରକାରଙ୍କର ପ୍ରୋତ୍ସାହନ ସହିତ ଧାମିକ ଚେତନା ପ୍ରାପ୍ତ ହେବ ॥ ଶିବ ପଞ୍ଚାକ୍ଷରି “ଓଁ ନମଃ ଶିବାୟ” ଦିନଭରି ସ୍ମରଣ କରନ୍ତୁ ॥ ପାରିବାରିକ ପରିବେଷରେ ସତର୍କ ରହିବେ ॥
ବିଛା :- ଶୁଭ ରଙ୍ଗ – ଧଳା ଓ ହଳଦିଆ ॥ ଆର୍ଥିକ ଦୁର୍ବଳତା ସହିତ ମାନ, ସମ୍ମାନ ଓ ଲୋକସଂପର୍କ କ୍ଷେତ୍ରରେ ସତର୍କ ରହିବେ ॥ ଲୁହା ଦ୍ରବ୍ୟ ବ୍ୟବହାର କରିବେ ନାହିଁ॥ ହନୁମାନ ଚାଳିଷା ଜପ କରନ୍ତୁ ॥
ଧନୁ :-ଶୁଭରଙ୍ଗ – ଧଳା ଓ ଲାଲ ॥ କର୍ମକ୍ଷେତ୍ରରେ ଶୁଭଫଳ ପ୍ରାପ୍ତିର ଯୋଗ ରହିଛି, ମନୋବଳ ଦୃଢରହିବ ତେଣୁ ଯେକୌଣସି କାମରେ ମନବଳାଇବେ ସଫଳତା ମିଳିବ ॥ ଭୋକିଲାକୁ ପେଟଭରି ଖାଇବାକୁ ଦିଅନ୍ତୁ ॥ ମାତାରିଣିଙ୍କୁ ସ୍ମରଣ କରି ଦିନ କାଟନ୍ତୁ ॥
ମକର:- ଶୁଭ ରଙ୍ଗ – ସବୁଜ କିମ୍ବା ଧୁସର ॥ ସବୁକ୍ଷେତ୍ରରେ ସହଯୋଗ ମିଳିବ, ମନୋବଳ ସୁଦୃଢ ରହିଵ,ଶତୃଜୟର ଯୋଗ ରହିଛି ॥ ଲାଲ କିମ୍ବା ଖଇରିଆ ରଙ୍ଗ ବ୍ୟବହାର କରିବେ ନାହିଁ ॥ ମା କାଳୀଙ୍କୁ ୭ଟି ଅପରାଜିତାଫୁଲ ଅର୍ପଣ କରନ୍ତୁ ॥
କୁମ୍ଭ :- ଶୁଭ ରଙ୍ଗ – ନିଳ ଓ କମଳା ॥ ଘାତପ୍ରତିଘାତ ଥିଲେ ମଧ୍ୟ ଅନ୍ୟାନ୍ୟ ଗ୍ରହଙ୍କର ସ୍ତିତି ଅନୁଯାଇ ଶୁଭଦିନଟିଏ ରହିବ, ମନୋକାମନା ପୂର୍ଣ୍ଣ ହେବ ॥ କାହାକୁ ହତାଦାର କରନ୍ତୁ ନାହିଁ ॥ ସ୍ନାନ ପରେ ମହୁ ଖାଇ ଦିନଟି ଆରମ୍ଭ କରିବେ ॥
ମୀନ :- ଶୁଭ ରଙ୍ଗ – ନିଳ ଓ ହଳଦିଆ ॥ ଶୁଭଦିନ ରହିଛି ପ୍ରତ୍ୟେକ କ୍ଷେତ୍ରରେ ସମୟ ସାଥ ଦେବ, ମାନସିକ ସ୍ଥିତି ସୁଦୃଢ ରହିବ ॥ ଯାନବାହାନ ପ୍ରତି ସତର୍କ ॥ ତାରିଣି ମନ୍ଦିର ଦର୍ଶନ ସହିତ ବିଜମନ୍ତ୍ର ” ଓଁ ତାରା ଦେବୈ ନମଃ ୨୭ଥର ଜପ ॥