ପୂର୍ବତଟ ରେଳପଥ ପକ୍ଷରୁ ସଦଭାବନା ଦିବସ ପାଳିତ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ସ୍ଥିତ ରେଳ ସଦନ ଠାରେ ପୂର୍ବତଟ ରେଳପଥ ପକ୍ଷରୁ ସଦଭାବନା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ରେଳବାଇ କର୍ମଚାରୀ ଓ ଅଧିକାରୀ ମାନଙ୍କୁ ଶପଥ ପାଠ କରାଇଛନ୍ତିା ସେ କର୍ମଚାରୀମାନଙ୍କୁ ଜନସାଧାରଣଙ୍କର ଭାବନାତ୍ମକ ଏକତା ଓ ସଦଭାବନା ପାଇଁ କାର୍ୟ୍ୟକରିବା ସହ ହିଂସା ବିନା ବାର୍ତ୍ତାଳାପ ଓ ସାମ୍ବିଧାନିକ ବ୍ୟବସ୍ଥା ମାଧ୍ୟମରେ ସମସ୍ତ ମତଭେଦ କୁ ଦୁରେଇ କାର୍ୟ୍ୟ ସମ୍ପାଦନ କରିବାକୁ ଶପଥପାଠ କରାଇଥିଲେ । ପୂର୍ବତଟ ରେଳପଥ ର ପ୍ରମୁଖ କର୍ମୀଙ୍କ ଅଧିକାରୀ ଶ୍ରୀ ପ୍ରକାଶ ଚନ୍ଦ୍ର ନାୟକ ଏହି ଶପଥପାଠ ଉତ୍ସବକୁ ପରିଚାଳନା କରିଥିଲେ ।