କୋଭିଡ଼୍ ହସ୍ପିଟାଲରେ ଶିକ୍ଷକ ଙ୍କ ମୃତ୍ୟୁ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଭଞ୍ଜନଗର ବ୍ଳକ ରିପିଟିପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ରେ କାଯ୍ୟରତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କୁଶଧ୍ୱଜ ସେଠୀ ଙ୍କର ଗତ ବୁଧବାର ଶୀତଳପଲ୍ଲୀ କୋଭିଡ଼ ହସ୍ପିଟାଲରେ ମୃତ୍ୟୁ ଘଟିଥିବା ସିଆର୍ ସିସି ତ୍ରିନାଥ ବେହେରା ସୂଚନା ଦେଇଛନ୍ତି। ସ୍ବର୍ଗତ ସେଠୀ ପ୍ରବାସୀ ଆସିବା ସମୟରେ ସଂଘରୋଧ କେନ୍ଦ୍ରର ଦାୟିତ୍ୱ ନିର୍ବାହ କରିଥିଲେ। ଗତ ୫ ତାରିଖରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ ପ୍ରଥମେ ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲ କୁ ନିଆଯାଇଥିଲା। ସେଠାରେ ସ୍ୱାସ୍ଥ ବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତର ହୋଇଥିଲେ। ତାଙ୍କ ନିକଟରେ କୋରନା ଲକ୍ଷଣ ଦେଖାଯିବା ରୁ ସେଠାରେ ତାଙ୍କର ସ୍ୱାବ ପରୀକ୍ଷା କରାଯାଇଥିଲା। ଗତ ୮ ତାରିଖରେ ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଶୀତଳପଲ୍ଲୀ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥା ରେ ତାଙ୍କର ଗତ ବୁଧବାର ମଧ୍ୟାହ୍ନ ରେ ମୃତ୍ୟୁ ଘଟିଛି।


