ଲକ୍‌ଡାଉନ୍ ନିୟମ ଉଲ୍ଲଂଘନଙ୍କୁ ଜରିମାନା

ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ):ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସହ ଦିନକୁ ଏହାର ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଏହାର ମୁକାବିଲା ପାଇଁ ଲକ୍‌ଡାଉନ୍ କଟକଣା ଜାରି କରାଯାଇଛି। ଏପରିକି ଅପରାହ୍ନ ୪ ଟାଠାରୁ ତାପରଦିନ ସକାଳ ୫ ଟା ଯାଏ ରାତ୍ରିକାଳୀନ କର୍ଫ୍ୟୁ ମଧ୍ୟ ଘୋଷଣା କରାଯାଇଛି। ହେଲେ ଜାରି ହୋଇଥିବା ଏହି କଟକଣା ସମୟରେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଅଯଥାରେ ଘୂରି ବୁଲୁଥିବା ଅମାନିଆଙ୍କୁ ପୋଲିସ ଅଟକାଇ ଯାଞ୍ଚ କରିବା ସହ ସେମାନଙ୍କଠାରୁ ଜରିମାନା ଆଦାୟ କରିବା ସହ ସେମାନଙ୍କ ବିରୋଧରେ ଇ-ଚାଲାଣ କରିଛି । ଏପରିକି ଜନସାଧାରଣଙ୍କୁ ମାସ୍କ ପିନ୍ଧିବାକୁ ନିର୍ଦେଶ ଦିଆଯିବା ସହ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏଭଳି କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ଲୋକମାନେ ନିୟମ ଉଲ୍ଲଂଘନ କରି ସହରରେ ଅଯଥାରେ ଘୂରି ବୁଲୁଛନ୍ତି। ଫଳରେ ପୋଲିସ ବାଧ୍ୟ ହୋଇ ସେମାନଙ୍କ ଠାରୁ ପ୍ରତିଦିନ ମୋଟା ଅଙ୍କର ଜରିମାନା ଆଦାୟ କରୁଛି। ଗତ ୧୨ ତାରିଖ ସକାଳ ୬ରୁ ୧୩ ତାରିଖ ସକାଳ ୬ଟା ସୁଦ୍ଧା ପୋଲିସ ପକ୍ଷରୁ ବିଭିନ୍ନ ଛକରେ ଚେକିଂ କରାଯାଇ ମାସ୍କ ପିନ୍ଧି ନ ଥିବା ୯୧ ଜଣଙ୍କ ଠାରୁ ୧୮ ହଜାର ୨୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି ସେହିପରି ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବା ୧୭୦ ଜଣ ଅମାନିଆ ଗାଡ଼ି ଚାଳକଙ୍କୁ ୮୫ ହଜାର ଟଙ୍କା ଜରିମାନା ଧାର‌୍ୟ୍ୟ କରାଯାଇଛି। ସେହିପରି ଏହି ମହାମାରୀ ନିୟମ ଉଲ୍ଲଂଘନ କରି ବେଆଇନ ଭାବେ ମଦ ବିକ୍ରି କରୁଥିବା ବେଳେ ପୋଲିସ ଜଣଙ୍କୁ ଗିରଫ କରିବା ସହ ୧୦ ଲିଟର ମଦ ଜବତ କରିଛି । ଲକ୍‌ଡାଉନ୍ କଟକଣା ଉଲ୍ଲଂଘନ କରି ପୃଥକ ଭାବେ ଚାଲିଥିବା ଜୁଆଆଡ୍ଡାରେ ପୋଲିସ ଚଢ଼ାଉ କରି ଜୁଆଡ଼ିଙ୍କୁ ଗିରଫ କରିଛି। ୧୫ ଜଣଙ୍କୁ ଗିରଫ ନୋଟିସ ଦେଇଛି। ସେହିପରି ରାସ୍ତାରେ ଛେପ ପକାଇଥିବା ଅଭିଯୋଗରେ ପୋଲିସ ଅମାନିଆଙ୍କ ନିକଟରୁ ୨୯ ହଜାର ୪ ଶହ ଟଙ୍କା ଜରିମାନା ମଧ୍ୟ ଆଦାୟ କରିଛି। ଏନେଇ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ଟୁଇଟ୍ ଜରିଆରେ ଗୁରୁବାର ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ