ଗୋଟିଏ ଦିନରେ ଭାରତରେ ୫୬,୩୮୩ କରୋନା ମୁକ୍ତ
ନୂଆ ଦିଲ୍ଲୀ:ଭାରତରେ କରୋନା ମୁକାବିଲା କ୍ଷେତ୍ରରେ ଆଜି ଏକ ନୂଆ ସଫଳତା ମିଳିଛି । ଗୋଟିଏ ଦିନରେ ରେକର୍ଡ ସର୍ବାଧିକ ୫୬,୩୮୩ ଜଣ ରୋଗମୁକ୍ତ ହୋଇଛନ୍ତି । ଏଥିସହିତ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭ ଲକ୍ଷ ପାଖାପାଖି ପହଞ୍ଚିଛି । ଆଜିସୁଦ୍ଧା ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୬,୯୫,୯୮୨ ରହିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱିତ, ଲକ୍ଷ୍ୟଭିତ୍ତିକ ଓ ସହଯୋଗ ମୂଳକ ଉଦ୍ୟମ ତଥା ଲକ୍ଷ ଲକ୍ଷ ସମ୍ମୁଖ କୋଭିଡ୍ ଯୋଦ୍ଧାଙ୍କ ଉତ୍ସର୍ଗୀକୃତ ଲଢେଇ ଫଳରେ ଏହି ସଫଳତା ମିଳିଛି । ଟେଷ୍ଟିଂ, ଟ୍ରାକିଂ ଏବଂ ଟ୍ରିଟିଂ (ପରୀକ୍ଷା, ଠାବ ଓ ଚିକିତ୍ସା) ଏହି ୩ଟି ବିଷୟକୁ ଅତି ଅଧିକ ଗୁରୁତ୍ୱ ଦିଆଯାଇ କରୋନା ମୁକାବିଲା କରାଯାଉଛି । ଏଥିସହିତ ଚିକିତ୍ସକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ୟ୍ୟକାରୀ ହେଉଥିବା ସଙ୍ଗରୋଧ ଓ ଗୃହରୋଧ ବ୍ୟବସ୍ଥା, ସଫଳ ଚିକିତ୍ସା ପରିଚାଳନା ଏବଂ ଅତି ଗୁରୁତର ତଥା ଜଟିଳ ରୋଗୀଙ୍କ ସ୍ୱତନ୍ତ୍ର ସେବା ଯତ୍ନ ଫଳରେ ଆରୋଗ୍ୟ ହାର ବଢୁଛି । କେନ୍ଦ୍ରର ପ୍ରତ୍ୟକ୍ଷ ନିର୍ଦ୍ଦେଶ ଓ ପରାମର୍ଶରେ ରୋଗୀମାନଙ୍କର ଚିକିତ୍ସା ଓ ସେବାଯତ୍ନ କରାଯାଉଛି । ଆଜିସୁଦ୍ଧା ଆରୋଗ୍ୟ ହାର ୭୦.୭୭ ପ୍ରତିଶତ ହୋଇଛି । ସେହିଭଳି ଆକ୍ରାନ୍ତଙ୍କ ମୃତ୍ୟୁହାର ଆହୁରି ହ୍ରାସ ପାଇ ୧.୯୬ ପ୍ରତିଶତରେ ପହଞ୍ଚିଛି ।
ଆଜିକାର ଏହି ରେକର୍ଡ ଆରୋଗ୍ୟ ସଂଖ୍ୟା ଦେଶରେ କରୋନା ରୋଗୀଙ୍କ କ୍ରମାଗତ ଆରୋଗ୍ୟ ହାରକୁ ଅଧିକ ନିଶ୍ଚିତ କରିଛି । ଏବେ ଦେଶରେ କରୋନା ସଂକ୍ରମିତଙ୍କ ମଧ୍ୟରୁ ମାତ୍ର ୨୭.୨୭ ଶତାଂଶ ଚିକିତ୍ସିତ ହେଉଛନ୍ତି । ସଂକ୍ରମିତଙ୍କଠାରୁ ଆରୋଗ୍ୟଙ୍କ ସଂଖ୍ୟା ୧୦ ଲକ୍ଷରୁ ଅଧିକ ରହିଛି । ଏବେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬,୫୩,୬୨୨ ଅଛି ।
କୋଭିଡ୍ ଜନିତ ସମସ୍ତ ପ୍ରକାର ବୈଷୟିକ ପ୍ରସଙ୍ଗରେ ନିର୍ଭୁଲ ଏବଂ ସର୍ବଶେଷ ତଥ୍ୟ, ନିର୍ଦ୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍ କରନ୍ତୁ: https://www.mohfw.gov.in/ and @MoHFW_INDIA ।
କୋଭିଡ୍ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19@gov.in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019@gov.in and @CovidIndiaSeva ।
କୋଭିଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍ପଲାଇନ ନଂ – +91-11-23978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ ।
ରାଜ୍ୟଗୁଡିକର ହେଲ୍ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdf ରେ ଉପଲବ୍ଧ ।


