ଶାସଙ୍ଗ ବିଶ୍ୱାଳ ସାହିରେ ଖୁଦୁରୁକୁଣୀ ପୂଜା

ହାଟଡ଼ିହି, : ବ୍ଲକ ଶାସଙ୍ଗ ଗ୍ରାମରେ ଆନନ୍ଦ ଉତ୍ସାହର ସହ ଖୁଦୁରୁକୁଣୀ ଓଷା ଆରମ୍ଭ ହୋଇଛି । ଦୀର୍ଘ ଏକ ମାସ ଧରି ଚାଲିବାକୁ ଥିବା ଖୁଦୁରୁକୁଣୀ ପୂଜା ପାଇଁ ସମଗ୍ର ଗ୍ରାମଟିକୁ ରଙ୍ଗିନି ଆଲୋକମାଳାରେ ସୁସଜ୍ଜିତ କରାଯାଇଥିଲା । ବିଶ୍ୱାଳସାହି, ମଣ୍ଡପ ସାହି ଓ ଉପରସାହିରେ ଏହି ପୂଜା ଆରମ୍ଭ ହୋଇଛି । ଏକମାସ ଧରି ସାହିର ଯୁବତୀମାନେ ପୂଜାର୍ଚ୍ଚନା କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଛି । ଗତ ରବିବାର ସନ୍ଧ୍ୟାରେ ପୂଜାର୍ଚ୍ଚନା ପରେ ବାଲିଆ ପୋଖରୀରରୁ ଘଟ୍ଟୋତ୍ତଳନ କରାଯାଇ କଳଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବାପରେ ପୂଜା ମଣ୍ଡପରେ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ବିଶ୍ୱାଳ ସାହି ପୁଜାରେ ପ୍ରେମଲତା ସାହୁ, ମାମିନା ବିଶ୍ୱାଳ, ଲକ୍ଷ୍ମ୍ମୀ ବେହେରା, ନମିତା ବିଶ୍ୱାଳ, ସୁଚିସ୍ମିତା ସ୍ୱାଇଁ, ଝୁମଲତା ସାହୁ, ରଶ୍ମିତା ବିଶ୍ୱାଳ, ଶୁଭଦ୍ରା ସାହୁ, ପ୍ରୀୟଙ୍କା ପ୍ରୀୟଦର୍ଶନୀ ବିଶ୍ୱାଳ, ଲିପ୍ସାରାଣୀ ସାହୁ, ଶୁଭମୁକ୍ତା ବିଶ୍ୱାଳ, ଚୁମୁକି ସାହୁ, ଉଶଶ୍ରୀ ଭୂୟାଁ, ଖୁସି ବିଶ୍ୱାଳ, ସଞ୍ଜୁକ୍ତା ସ୍ୱାଇଁ, ମିତାରାଣୀ ବିଶ୍ୱାଳ, ପ୍ରମୁଖ କର୍ତ୍ତା ଭାବେ ପୂଜାକାର୍ଯ୍ୟ ସମ୍ପାଦନ କରିଥିବାବେଳେ ଶାସଙ୍ଗ ମଣ୍ଡପ ସାହିରେ ସୋଲି ବିଶ୍ୱାଳ, ପିଙ୍କି ବେହେରା, ଲିଜା ଦାସ, ସୀମା ସ୍ୱାଇଁ, ମିନୁ ଓଝା, ଦୀପା ବିଶ୍ୱାଳ, ଖୁସି ବିଶ୍ୱାଳ, ମନସ୍ୱିନୀ ପାଢ଼ୀ ପ୍ରମୁଖ ପୂଜାକାର୍ଯ୍ୟ ସମ୍ପାଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ