ଗଛ ଡ଼ାଳ ପଡି ଯୁବକ ମୃତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ଗୋରୁମହିଷାଣୀ ଲୌହ ଖଣି ଅଂଚଳର ରାଇରଙ୍ଗପୁର-ଗୋରୁମହିଷାଣୀ ରାସ୍ତା ପାର୍ଶ୍ବରେ ଥିବା ଏକ ବହୁ ବର୍ଷର ଅଶ୍ୱତ୍ଥ ଗଛ ଡ଼ାଳ ଭାଙ୍ଗି ପଡ଼ିବାରୁ ଜନୈକ ଯୁବକ ସାଇକେଲରେ ନିଜ ଘରକୁ ଫେରୁଥିବା ବେଳେ ଡ଼ାଳ ମୁଣ୍ଡ ଉପରେ ପଡ଼ିବାରୁ ମୃତ୍ୟୁ ହୋଇଥିବା ଭଳି ଏକ ଅଭାବନୀୟ ଘଟଣା ଅପରାହ୍ନରେ ଘଟିଯାଇଛି । ପ୍ରକାଶ ଥାଉକି ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଗଣ୍ଡିଦା ଗ୍ରାମର ଚାଷୀ ପରୀକ୍ଷିତ ବେହେରା (୩୭) କୌଣସି କାମରେ ଗୋରୁମହିଷାଣୀ ବଜାର ଆସିଥିଲେ ।ପରେ ଘରକୁ ଫେରୁଥିବା ବେଳେ ଏକ ଦୁର୍ଘଟଣାରେ ଶିକାର ହୋଇଥିଲେ ।ଲୋକେ ଓ ପୋଲିସ ଘଟଣାସ୍ଥଳରେ ପହଂଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ତୁରନ୍ତ ରାଇରଙ୍ଗପୁର ଡାକ୍ତରଖାନା ଆଣିଥିଲେ । ତାଙ୍କର ମୁଣ୍ଡ ପଛ ଫାଟି ପ୍ରଚୁର ରକ୍ତସ୍ରାବ ହୋଇଥିଲା ।ପରେ ପରିସ୍ଥିତି ଗୁରୁତର ହେବାରୁ ବାରିପଦାସ୍ଥ। ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା ସେଠାରେ । ସେଠାରେ ରାତି୧୦.୩୦ ଟା ପାଖାପାଖି ସମୟରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା । ଶୁକ୍ରବାର ଶବ ବ୍ୟବଚ୍ଛେଦ କରାଯାଇଛି ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ତାଙ୍କର ମୃତ୍ୟୁରେ ଗାଁରେ ଶୋକରେ ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ