ଓଡିଶା ର ପ୍ରଥମ ମହିଳା ଡାକ ଘର
ମହିଳା ମାନେ ଆଉ ଅବଳା କି ଦୃର୍ବଳା ନୁହନ୍ତି ଦେଶବିଦେଶରେ ସେମାନେ ନିଜର ପରକାଷ୍ଟା ଦେଖାଇ ସାରିଲେଣି ପ୍ରଶାସନିକ ସେବା ଠାରୁ ଆରମ୍ଭ କରି ପାହାଡ ଚଢିବା ପର୍ଯ୍ୟନ୍ତ ସବୁଥିରେ ସେମାନେ ପାରଙ୍ଗମ ତାହା ସେ ପ୍ରମାଣିତ କରିସାରିଲେଣି କେବଳ ଘର ଭିତରେ ନିଜକୁ ସୀମିତ ନରଖି ବାହରକୁ ବାହାରିଲେଣି । ମହିଳା ସଶକ୍ତି କରଣରେ ଅନ୍ୟ ରାଜ୍ୟ ମାନଙ୍କ ଠାରୁ ଆଗରେ ଓଡିଶା । ଏହା କୁ ଆଖିଆଗରେ ରଖି ସମ୍ବଲପୁର ଜିଲ୍ଲା ଗୋଲବଜାରରେ ମହିଳାଡାକ ଘର ଆରମ୍ଭ ହୋଇଛି । ଏହି ଡାକ ଘରର ସମସ୍ତ ଅଧିକାରୀ ମହିଳା ଏହା ହେଉଛି ରାଜ୍ୟର ପ୍ରଥମ ମହିଳା ଡାକଘର ସର୍ମ୍ପଣ୍ଣ ଡାକ ଘରଟି ମହିଳା ମାନଙ୍କ ଦ୍ୱାରା ପରିଚାଳିତ ହେଉଛି । ପୋଷ୍ଟ ମାଷ୍ଟର ଠାରୁ ଆରମ୍ଭ କରି ପିଅନ ପର୍ଯନ୍ତ ସମସ୍ତେ ମହିଳା ଏହାକୁ ମହିଳା ଖୁସି ଥବା କହିଛନ୍ତି ।


