ଇଞ୍ଚୋଳରେ ଜବରଦଖଲ ଉଚ୍ଛେଦ ହେଲାନି, ଗୋଟିଏ ଘର ଉଚ୍ଛେଦ କରି ଫେରିଲା ପ୍ରଶାସନ

ହାଟଡ଼ିହି, :ହାଟଡିହି ତହସିଲ ଅଧିନସ୍ଥ ଇଞ୍ଚୋଳ ଗ୍ରାମରେ ଜବରଦଖଲ ଉଚ୍ଛେଦ ପାଇଁ ଆଜି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଥିଲେ ମଧ୍ୟ ପ୍ରଶାସନ ସମସ୍ତ ଘରକୁ ଭାଙ୍ଗି ନପାରି କେବଳ ଗୋଟିଏ ଘରକୁ ଉଚ୍ଛେଦ କରିବାରେ ସଫଳ ହୋଇଛି । ଆଜି ହାଟଡିହି ତହସିଲଦାର ଗାୟତ୍ରୀ ସୋରେନ, ଅତିରିକ୍ତ ତହସିଲଦାର ରଶ୍ମିରଞ୍ଜନ ଦାଶ, ସୁପରଭାଇଜର ପିତାମ୍ବର ଜେନା, ନନ୍ଦିପଦା ଆଇଆଇସି ମାନସ ରଞ୍ଜନ ସ୍ୱାଇଁ ପ୍ରମୁଖ ପୁଲିସ ଫୋର୍ସ ସହିତ ଉଚ୍ଛେଦ ପାଇଁ ପହଞ୍ଚିଥିବାବେଳେ ଉଚ୍ଛେଦ ହେବାକୁ ଥିବା ଲୋକମାନେ କୋର୍ଟର ସ୍ଥିତାବସ୍ଥା ନିର୍ଦ୍ଦେଶ ଦେଖାଇବାରୁ ପ୍ରଶାସନ ସେମାନଙ୍କ ଘର ଭାଙ୍ଗି ପାରିନଥିଲା । କେବଳ ଜୀବନ ଯେନାଙ୍କ ଘରକୁ ଉଚ୍ଛେଦ କରିବାରେ ସଫଳ ହୋଇଥିଲ । ଏଠାରେ ସୁନାଯୋଗ୍ୟ ଯେ ଗ୍ରାମର କାଶିନାଥ ଯେନା, ବାସୁଦେବ ଯେନା, ବାବୁ ଯେନା, ଭିକାରୀ ଯେନା, ଅଲେଖ ଯେନା, ଜୀବନ ଯେନା, ଜଳଧର ଯେନା, ନିରାକାର ଯେନା, କାର୍ତ୍ତିକ ଯେନା ପ୍ରମୁଖ ବ୍ୟକ୍ତିମାନେ ସରକାରୀ ଜମି ଜବରଦଖଲ କରି ସେଥିରେ ଘରଦ୍ୱାର କରି ରହି ଆସୁଛନ୍ତି । ଯାହାଦ୍ୱାରାକି ଗ୍ରାମର ଗୋରୁଗାଈ ଚଳିବାକୁ ଅସୁବିଧା ଉପୁଜୁଥିବାବେଳେ କିଛି ଗ୍ରାମବାସୀ ବାହାରକୁ ବାହାରିବାରେ ଅସୁବିଧା ଭୋଗ କରୁଛନ୍ତି । ଏନେଇ ଗ୍ରାମବାସୀମାନେ ଦୀର୍ଘ ବର୍ଷ ହେବ ଜବରଦଖଲ କାରୀଙ୍କୁ ଜବରଦଖଲରୁ ହଟାଇବା ପାଇଁ ଦାବି କରିଆସୁଥିଲେ । ଏନେଇ ଗ୍ରାମବାସୀମାନେ ତହସିଲଦାର, ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ବାରମ୍ବାର ଜଣାଇ ଆସୁଥିଲେବି କୌଣସି ସୁଫଳ ମିଳିନଥିଲା । ପ୍ରଶାସନ ବାରମ୍ବାର ସମୟ ଗଡାଇ ଚାଲୁଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ