କୃଷି ଭିତ୍ତିକ ପତ୍ରିକା ଶ୍ୟାମଳ ସୁବର୍ଣ୍ଣର ଏଗ୍ରି ୱେବ ପୋର୍ଟାଲ ଲୋକାର୍ପିତ
ଭୁବନେଶ୍ୱର , (ଓ୍ବାଇଏନ୍ଏସ୍) : ସାମ୍ପ୍ରତିକ ସମୟରେ ଚାଷୀ ପାଖରେ ପହଁଚିପାରୁନି କୃଷି ସମ୍ପର୍କିତ ନୂତନ ତଥ୍ୟ । ଆଜିର ଆଧୁନିକ ଯୁଗରେ କୃଷି କ୍ଷେତ୍ରରେ ବ୍ୟବହାର କରାଯାଉଥିବା ନୂତନ କାର୍ଯ୍ୟଶୈଳୀର ତଥ୍ୟ ବି ଉପଲବ୍ଧ ହୋଇପାରୁନି । ବିଗତ ୨୦୧୮ରୁ ଆମେ କୃଷି ଓ କୃଷକର ବିକାଶର ମନ୍ତ୍ରକୁ ପାଥେୟ କରି ଆରମ୍ଭ ହୋଇଥିଲା କୃଷି ଭିତ୍ତିକ ତ୍ରୈମାସିକ ପତ୍ରିକା ଶ୍ୟାମଳ ସୁବର୍ଣ୍ଣ । ଦୁଇ ବର୍ଷ ମଧ୍ୟରେ ଓଡ଼ିଶାର ଚାଷୀକୁଳ ପାଖରେ ବେଶ ସ୍ନେହ ଆଉ ଆଶୀର୍ବାଦ ପାଇବା ସହ ବହୁଳ ପାଠକୀୟ ଆଦୃତି ସାଉଁଟିଥିଲା ଏହି ପତ୍ରିକା । ତେବେ ବର୍ତ୍ତମାନର ଏ ଡ଼ିଜିଟାଲ ଯୁଗରେ ପ୍ରତି ମୁହୂର୍ତ୍ତରେ କୃଷିର ଖବର ପହଁଚାଇବାକୁ ଆରମ୍ଭ ହୋଇଛି ଶ୍ୟାମଳ ସୁବର୍ଣ୍ଣର ନୂତନ ୱେବ ପୋର୍ଟାଲ ।ପବିତ୍ର ୭୪ତମ ସ୍ୱାଧୀନତା ଦିବସ ଅବସରରେ ସର୍ବାଧିକ ପ୍ରସାରିତ ତ୍ରୟମାସିକ କୃଷି ଭିତ୍ତିକ ପତ୍ରିକା ଶ୍ୟାମଳ ସୁବର୍ଣ୍ଣ ର ଏଗ୍ରି ୱେବ ପୋର୍ଟାଲ (ଶ୍ୟାମଳ ସୁବର୍ଣ୍ଣ.କମ ) ଲୋକାର୍ପିତ ହୋଇ ବେଶ ପାଠକୀୟ ସ୍ୱୀକୃତି ଲାଭକରିଛି ! ଏହି ଅନଲାଇନ ଆଲଚନା ଚକ୍ରରେ ସମ୍ପାଦକ ସ୍ତମ୍ଭକାର ଡି. ଶୁଭମଙ୍କ ପରିଚାଳନାରେ ବିଶିଷ୍ଟ ଅତିଥି ଭାବେ କବି ପୂର୍ବତନ ସାଂସଦ ଡକ୍ଟର ପ୍ରସନ୍ନ ପାଟ୍ଟଶାଣୀ, ବାସୁଦେବପୁର ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ, ସର୍ବଭାରତୀୟ କୃଷି ଛାତ୍ର ସଂସଦର ମୁଖ୍ୟ ଡକ୍ଟର ସହଦେବ ସିଂହ, ଏଗ୍ରିସୋଲର ମୁଖ୍ୟ ସ୍ନିଗ୍ଧାରାଣୀ ପାତ୍ର, ପର୍ଯ୍ୟବେକ୍ଷକ ଦୈନିକ ଖବର କାଗଜ ବରେଣ୍ୟ ସମ୍ପାଦକ ପବିତ୍ର ମୋହନ ସାମନ୍ତରାୟ, ଶ୍ୟାମଳ ସୁବର୍ଣ୍ଣ ପ୍ରତିଷ୍ଠାତା ଗୌରାଙ୍ଗ ଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ଓଡ଼ିଶାର କୃଷି ଓ କୃଷକ ଉପରେ ଆଲୋଚନା କରିବା ସହ ପତ୍ରିକାର ଦୀର୍ଘଜୀବନ ପ୍ରାର୍ଥନା କରିଛନ୍ତି ! ଏହି ଲୋକାର୍ପଣ ଉତ୍ସବରେ ପତ୍ରିକାର ଉପଦେଷ୍ଟା, ସମ୍ପାଦନା ମଣ୍ଡଳୀ ଓ ସଂଯୋଜକ ମାନେ ଉପସ୍ଥିତ ଥିଲେ।


