ଟ୍ରକ ଧକ୍କା ରେ ହାତୀ ମୃତ
ହାଟଡ଼ିହି (ଯୁଗାବ୍ଦ ନ୍ୟୁଜ )- କେନ୍ଦୁଝର ଜିଲ୍ଲା ଘଟଗାଁ ନିକଟସ୍ଥ ବାଲିଜୋଡୀ ନିକଟରେ ଗୋଟିଏ ଲୁହାପଥର ବୋଝେଇ ୧୪ଚକିଆ ଟ୍ରକ ଧକ୍କା ରେ ଦୁଇଟି ହାତୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ଛୁଆ ହାତୀ ଆହତ ହୋଇଛି। ଗତ କାଲି ରାତିରେ ହାତୀ ମାନେ ୨୧୫ନମ୍ବର ରାସ୍ତା ପାର ହେଉଥିବା ସମୟରେ ୧୪ଚକିଆ ଟ୍ରକ ଧକ୍କା ଦେବାରୁ ଦୁଇଟି ହାତୀଙ୍କ ମୃତ୍ୟୁ ହୋଇଛି। ଖବର ପାଇ ଜଙ୍ଗଲ ବିଭାଗର ଅଧିକାରୀ ମାନେ ଘଟଣାସ୍ଥଳରେ ପହଂଚି ଗାଡିକୁ ଜବଦ କରିବା ସହିତ ହିଟାଚି ମେସିନୀ ଯୋଗେ ମୃତଦେହ କୁ ରାସ୍ତାରୁ ହଟାଇଛନ୍ତି। ହାତୀଙ୍କ ମୃତ ଦେହକୁ ବ୍ୟବଚ୍ଛେଦ କରାଯାଇଥିବା ବେଳେ ଟ୍ରକର ହେଲ୍ପର କୁ ଗିରଫ କରାଯାଇଛି ।