ହିଂଜିଳିରେ ଟିମ୍ କ୍ଳିନ ସିଟି ପକ୍ଷରୁ ପୋଷ୍ଟର ଚିରା ଅଭିଯାନ
ହିଂଜିଳିକାଟୁ, ୨୪ା୮ (ଶେଷଦେବ ସାହୁ): ସହରକୁ ସବୁଜ ସୁନ୍ଦର କରିବା ପାଇଁ ବ୍ରହ୍ମପୁର ମହାନଗର ନିଗମର ଏକ ସଙ୍ଗଠନ ଗତ ୫୦ ଦିନ ପୂର୍ବେ ବ୍ରହ୍ମପୁର ମହାନଗର ନିଗମ ଅଂଚଳରେ ଆରମ୍ଭ କରିଥିଲେ ପୋଷ୍ଟର ଚିରା ଅଭିଯାନ । ସହରର ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ସମେତ ବହୁ ବ୍ୟକ୍ତିଙ୍କ ଘରର କାନ୍ଥରେ ବିଭିନ୍ନ ଅନୁଷ୍ଠାନର ପୋଷ୍ଟର ଲଗାଯାଇଥାଏ । ଯାହା ଫଳରେ ସହରର ସୌନ୍ଦର୍ଯ୍ୟ ଦିନକୁ ଦିନ ଲୋପ ପାଇବାକୁ ବସିଥାଏ । ବ୍ରହ୍ମପୁର ଟିମ କ୍ଳିନ୍ ସଟି ପକ୍ଷରୁ ୫୦ ତମ ଦିବସ ଅବସରରେ ଶନିବାର ସକାଳେ ସହରରେ ପୋଷ୍ଟର ଚିରା ଅଭିଯାନ ଆରମ୍ଭ କରାଯାଇଥିଲା । ହିଂଜିଳିକାଟେୁ ପୌରପରିଷଦ କାର୍ଯ୍ୟାଳୟ ଠାରୁ ବଇଁଚବଣିଆ ଛକ ପର୍ଯ୍ୟନ୍ତ ୫୯ ନଂ ଜାତୀୟ ରାଜପଥ ପ୍ୱାଶ୍ୱର୍ ବିଭିନ୍ନ କାନ୍ଥରେ ଲଗାଯାଇଥିବା ପୋଷ୍ଟର ଚିରା ଯାଇଥିଲା । ଶନିବାରର ଏଭଳି କାର୍ଯ୍ୟକ୍ରମକୁ ହିଂଜିଳି ସହରର ବହୁ ବୁଦ୍ଧିଜୀବି ଓ ଜନସାଧାରଣ ପ୍ରଂଶସା କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ଟିମ୍ କ୍ଳିନ ସିଟିର ସଦସ୍ୟ ଶକ୍ତିଧର ରାଜଗୁରୁଙ୍କ ନେତୃତ୍ୱରେ ଟିମ୍ର ସଦସ୍ୟ ରାଜେଶ ସାହୁ, ଜିତେନ୍ଦ୍ର ପଟ୍ଟନାୟକ, ଅଂଜଳି ମହାନ୍ତି, ରଶ୍ମିରେଖା ମିଶ୍ର, ଅଶୋକ ଶୁଳ୍କା, ଜଗମୋହନ ମହାପାତ୍ର, ଅନନ୍ତ ନାରାୟଣ ମହାନ୍ତି, ଅସିତ ସାବତ, ଅଭିମନ୍ୟୁ, ହରିହର ନାୟକ, ରାଜେନ୍ଦ୍ର ପାତ୍ର, ପିତାମ୍ବର ନାହାକ, ରାମଚନ୍ଦ୍ର ପଣ୍ଡା, ସୂର୍ଯ୍ୟ ଚୌଧୁରୀ, ସନ୍ତୋଷିନି, ଟୁକୁ ଦଳେଇ, ସନ୍ତୋଷ ମିଶ୍ର, ନାଗେଶ୍ୱର ପୃଷ୍ଟି, ଦିନେଶ ପଟ୍ଟନାୟକ, ଗୌରୀ, ଅସିତ ପଣ୍ଡା, ସନ୍ଦିପ ସାହୁ, ହିଂଜିଳି ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ତ୍ରିରଙ୍ଗା ଯୁବକ ସଙ୍ଘର ସଭାପତି ରଂଜନ କୁମାର ସାହୁ, ଡ଼ିସକଭରିର ସଂଯୋଜକ କାହ୍ନୁ ଚରଣ ପଣ୍ଡା, ତ୍ରିରଙ୍ଗା ଯୁବକ ସଙ୍ଘ ଓ ଡ଼ିସକଭରିର ବହୁ କର୍ମକର୍ତା , ସଦସ୍ୟଙ୍କସମେତ ସ୍ଥାନୀୟ ଅଂଚଳର ବହୁ ଗଣମାଧ୍ୟଢ଼ ପ୍ରତିନିଧି, ସ୍ୱେଛାସେବୀ ଓ ସ୍ଥାନୀୟ ପୌରାଂଚଳର ବହୁ ବୁଦ୍ଧିଜୀବି ଅଉକ୍ତ ପୋଷ୍ଟର ଚିରା ଅଭିଯାନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।\n