ମେଧାବୀ ଗରିବ ଛାତ୍ରଙ୍କୁ ଉଚ୍ଚଶିକ୍ଷା ପାଇଁ କାଞ୍ଚନ ଫାଉଣ୍ଡେସନ ର ସହାୟତା
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ବାଲିଅନ୍ତା ବ୍ଲକ ଭିଙ୍ଗାରପୁର ଶ୍ରୀ ବକେଶ୍ୱର ଉଚ୍ଚ ବିଦ୍ୟାଳୟର ସୁନୀଲ ଖୁଣ୍ଟିଆ ଜଣେ ଗରିବ ମେଧାବୀ ଛାତ୍ର । ତାଙ୍କର ନିଷ୍ଠା ଓ ପରିଶ୍ରମ ଆଗରେ ହାର ମାନିଛି ଗରିବୀ ପଣିଆ । ଚଳିତବର୍ଷ ମେଟ୍ରିକ ପରୀକ୍ଷାରେ ଏ୧ ଗ୍ରେଡ୍ରେ ଉତ୍ତୀର୍ଣ୍ଣ ହେବା ସହ ବିଦ୍ୟାଳୟରେ ପ୍ରଥମସ୍ଥାନ ଅଧିକାର କରିଛନ୍ତି । ଉଚ୍ଚଶିକ୍ଷା ପରେ ଭବିଷ୍ୟତରେ ବ୍ୟାଙ୍କ ପରିଚାଳକ ହେବେ ବୋଲି ଆଶା ରଖିଛନ୍ତି ସୁନୀଲ । ହେଲେ ଗରୀବ ପଣିଆ ଦାଉ ସାଜିଛି ସନୀଲଙ୍କ ଉପରେ । ପିତା ପ୍ରାଣକୃଷ୍ଣ ଜଣେ ଗରିବ କୃଷକ । ଘରଡ଼ିହକୁ ବାଦ ଦେଲେ ଅଧିକ ସମ୍ବଳ ତାଙ୍କ ପାଖରେ ନାହିଁ । ଏପରି ପରିସ୍ଥିତିରେ ପୁଅକୁ ଉଚ୍ଚଶିକ୍ଷା ପଢାଇବାକୁ ପ୍ରାଣକୃଷ୍ଣଙ୍କ ପକ୍ଷେ ସାତ ସପନ ।
ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସୁନୀଲଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସହଯୋଗର ହାତ ବଢାଇଛି ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ କାଞ୍ଚନ ଫାଉଣ୍ଡେସନ ଟ୍ରଷ୍ଟ । ଫାଉଣ୍ଡେସନର ପ୍ରମୁଖ ଉପଦେଷ୍ଟା ତଥା ସମାଜସେବୀ ଶୁଭ୍ରଜିତ ଜେନା ଏବଂ ଆଦର୍ଶ ଶିକ୍ଷକ ନାରାୟଣ ବେହେରା ସୁନୀଲଙ୍କୁ ଆର୍ôଥକ ସହାୟଜା ଯୋଗାଇ ଦେଇଛନ୍ତି । ଏହି ସମୟରେ ଫାଉଣ୍ଡେସନର ସଭାପତି ରଞ୍ଜନ କୁମାର ମହାପାତ୍ର, ଉପସଭାପତି ବିଶ୍ୱଜିତ ସାମନ୍ତରାୟ ଏବଂ ସମ୍ପାଦକ ତାପସ ରଞ୍ଜନ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।


