ଆଇ.ଏ.ଏସ୍‌. ସଞ୍ଜିତା ମହାପାତ୍ରଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ୧୦ମ ସ୍ଥାନ ଅଧିକାର କରିଥିବା ଓଡ଼ିଶାର ଗୌରବ ସଞ୍ଜିତା ମହାପାତ୍ରଙ୍କୁ ଫନ୍ ଆଣ୍ଡ ଫିଟ୍‌ନେସ କ୍ଲବ, ଭୁବନେଶ୍ୱର ଏବଂ ବିଜେବି କଲେଜ-୭୪ ବ୍ୟାଚ୍ ଛାତ୍ରଛାତ୍ରୀମାନଙ୍କ ତରଫରୁ ଏନ୍‌-୩ ପାର୍କ ପ୍ରାତଃଭ୍ରମଣ ସମୟରେ ଏକ ଉତ୍ସବରେ ମାନ୍ୟବର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଯୁବ ସମାଜସେବୀ ବିବେକାନନ୍ଦ ବାରିକ, ଦୁର୍ଗା ସାମନ୍ତରାୟଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀମତୀ ସଞ୍ଜିତା ମହାପାତ୍ର ଫନ୍ ଆଣ୍ଡ ଫିଟ୍‌ନେସ କ୍ଲବ ପରିବାରର ପୁତ୍ରବଧୁ ଏବଂ ବିଜେବି କଲେଜର ପ୍ରାକ୍ତନ ଛାତ୍ର । ନିଜର ଅସମ୍ଭବ ଚେଷ୍ଟା ଓ ମାନସିକ ଦୃଢତା ଦ୍ୱାରା ସେ ଏହି ବିରାଟ ସଫଳତାର ଅଧିକାରୀ ଯାହାକି ଆଗାମୀ ଦିନରେ ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଯୋଗାଇବ । ମାନ୍ୟବର ମନ୍ତ୍ରୀ ସଞ୍ଜିତାଙ୍କୁ ଆଶୀର୍ବାଦ କରିବା ସଙ୍ଗେ ସଙ୍ଗେ କିଭଳି ଭାବେ କାର୍ଯ୍ୟ ସମ୍ପାଦନ କରିବାକୁ ହୁଏ ପରାମର୍ଶ ଦେଇଥିଲେ । ବିଶ୍ୱ ମହାମାରୀ ସମୟରେ ସମସ୍ତ ସରକାରୀ ନିୟମ ଅନୁଯାୟୀ ମାସ୍କ ଓ ସାମାଜିକ ଦୂରତା ପାଳନ କରଯିବା ଏବଂ ସ୍ୱେଚ୍ଛାକୃତ ପ୍ଲାଜମା ଦାନ କରିବାକୁ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଫନ୍ ଆଣ୍ଡ ଫିଟ୍‌ନେସ୍ କ୍ଲବର ସଦସ୍ୟମାନଙ୍କୁ ମାନ୍ୟବର ମନ୍ତ୍ରୀ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସମ୍ପାଦକ ଅଜିତ ପ୍ରସାଦ ସାହୁ, ଉପସଭାପତି ସୁଧାକର ଷଡ଼ଙ୍ଗୀ, ପ୍ରଫୁଲ୍ଲ ବେହେରା, ଅଜୟ ଦାସ, ସଚ୍ଚିଦାନନ୍ଦ ବେହେରା, ବୈଷ୍ଣବ ଓଝା, ରିୟା ଖାନ୍‌, ଆଶିଷ ପଟ୍ଟନାୟକ, ଏସ୍‌.ଏନ୍‌. ସେଠୀ, ବୀରେନ ପଟ୍ଟନାୟକ, ଇଂ ଚିତ୍ତରଞ୍ଜନ ଦାସ, ଡ. ସୁରେନ୍ଦ୍ର ସ୍ୱାଇଁ, ଶିଶିର ପରିଡ଼ା, ମାନସୀ ସୁନ୍ଦରାୟ, କୌସ୍ତଭ ଦାସ ଏବଂ ସଭାପତି କେଦାରା ପଟ୍ଟନାୟକ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ