ଶିବଲିଙ୍ଗ ଆକାରର ସହର
ବିଶ୍ୱରେ ଏମିତି ଏକ ସହର ରହିଛି ଯାହା ଦେଖିବାକୁ ପୂରା ଶିବଲିଙ୍ଗ ଆକାରର । ଶୁଣିବାକୁ ଅଡୁଆ ଲାଗୁଥିଲେ ବି ସତ । ଏମିତି ଏକ ସହର ହେଉଛି ୟୁରୋପର ଭାଟିକାନ୍ ସିଟି ବା ସହର । ଏହା ଦେଖିବାକୁ ଅବିକଳ “ଶିବଲିଙ୍ଗ’ ଆକାରର । ଐତିହାସିକ ପିଏନ୍ ଓକ୍ ଏ ସମ୍ପର୍କରେ ଏକ ଯୁକ୍ତି ବାଢ଼ିଛନ୍ତି । ଯେତେବେଳେ ଆପଣ ଭାଟିକାନ୍ ସିଟିର ଚତୁଃପାଶ୍ୱର୍କୁ ଦେଖିବେ ଜଣାପଡ଼ିବ ଯେ, ଏହା ଶିବଲିଙ୍ଗ ଆକାରର । ଯଦି ଧ୍ୟାନ ସହକାରେ ଦେଖିବେ ସହର ଏକ ପ୍ରକାର ତ୍ରିପୁଣ୍ଡ(ଭଗବାନ ଶିବଙ୍କ ମୁଣ୍ଡରେ ଥିବା ତିନୋଟି ଗାର) ସଦୃଶ ଦେଖାଯାଉଛି । ଯାହା ସିଧା ଭଗବାନ ଶିବଙ୍କ ସହ ସମ୍ପର୍କ ଥିବା ସୂଚାଉଛି । ପିଏନ୍ ଆଉ ଏକ ଯୁକ୍ତି ବାଢ଼ିଛନ୍ତି ଯେ, ଭାଟିକାନ୍ ସଂସ୍କୃତର ଏକ ଶବ୍ଦ ଭାଟିକା (ଙ୍ଖବଗ୍ଧସଳବ)ରୁ ଆସିଛି । ଖ୍ରୀଷ୍ଟୀୟାନଙ୍କ ପୂର୍ବରୁ ଏହି ସହର ହିନ୍ଦୁମାନଙ୍କର ଧାର୍ମିକ ସ୍ଥଳ ଥିଲା । ଯେତେବେଳେ ସହର ଖୋଳାଯାଇଥିଲା, ସେହି ସମୟରେ ଏକ ଶିବଲିଙ୍ଗ ମିଳିଥିଲା । ଏହି ଶିବଲିଙ୍ଗକୁ ଇଟ୍ରସ୍କେନ୍ ସଂଗ୍ରହାଳୟରେ ରଖାଯାଇଛି ।


