ଜବକାର୍ଡଧାରୀ ମନରେଗା ପ୍ରକଳ୍ପରେ କାମକରି ମଜୁରୀ ନପାଇବା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମପଂଚାୟତର ୬୦ରୁ ଉର୍ଦ୍ଧ୍ୱ ଜବକାର୍ଡଧାରୀମାନେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା) ପ୍ରକଳ୍ପରେ କାମକରି ସେମାନଙ୍କ ମଜୁରୀ ନପାଇବା ସମ୍ପର୍କରେ ସୋମବାର ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାଇ ଶ୍ୟାମସୁନ୍ଦରପୁର ପଂଚାୟତର ଜବକାର୍ଡଧାରୀମାନେ କରୋନା ଜନିତ ଲକଡାଉନ ସମୟରେ କେନ୍ଦ୍ରାପଡା କେନାଲ ବନ୍ଧ ଠାରୁ ନିକଟସ୍ଥ ମଶାଣୀ ପର୍ଯ୍ୟନ୍ତ ରାସ୍ତା କାମ ଦୀର୍ଘ ୩୨ଦିନ ଧରି କରିଥିଲେ । ସେତେବେଳେ କରୋନା ମହାମାରୀର ଆଳ ଦେଖାଯାଇ ସେହି ଜବକାର୍ଡଧାରୀଙ୍କ ଜବକାର୍ଡରେ ସେମାନଙ୍କ ହାଜିରା ପକାନଯାଇ ଅନ୍ୟ ଏକ ଖାତାରେ ସେମାନଙ୍କ ହାଜିରା ନିଆଯାଇଥିଲା । କିନ୍ତୁ ହାଜିରା ଅନୁଯାଇ ସେମାନଙ୍କ ବ୍ୟାଙ୍କ ଖାତାକୁ ମଜୁରୀ ନଆସିବା ଓ କମ୍ ପରିମାଣର ଅର୍ଥ ଆସିବାରୁ ସେମାନେ ଏସମ୍ପର୍କରେ ସଂପୃକ୍ତ ପଂଚାୟତର ସରପଂଚ ଓ ନିର୍ବାହୀ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଥିଲେ । ପରନ୍ତୁ ସେହି ପ୍ରକଳ୍ପରେ କାର୍ଯ୍ୟ କରିନଥିବା କେତେକ ଜବକାର୍ଡଧାରୀଙ୍କ ବ୍ୟାଙ୍କ ଖାତାକୁ ଅର୍ଥ ଆସିବାରୁ ସେମାନେ ସନ୍ଦେହ କରି ପୁନର୍ବାର ସରପଂଚ ଓ ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଥିଲେବି ସେମାନଙ୍କୁ ସରପଂଚ ଓ ନିର୍ବାହୀ ଅଧିକାରୀ ଉପେକ୍ଷା କରିଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଜବକାର୍ଡଧାରୀଙ୍କ ପକ୍ଷରୁ ନବିନ କୁମାର ମଳିକ, ରାମଚନ୍ଦ୍ର ଚୁଳି, ରାଜେନ୍ଦ୍ର ମଳିକ, ଅନିତା ମଳିକ, ପଦ୍ମଲାଭ ମଳିକ, କାର୍ତ୍ତିକ ମଳିକ, ଅଜି ମଳିକ, ବାସନ୍ତି ମଳିକ, ସୁମିତ୍ରା ମଳିକ, ଅରକ୍ଷିତ ଦାସ, ମଙ୍ଗୁ ମଳିକ, କବିତା ମଳିକ, ଗୀତା ମଳିକ, ରୀନା ମଳିକ, ସୁଦର୍ଶନ ମଳିକ, ସଂଗମକେତନ ମଳିକ, ସିଦ୍ଧାର୍ଥ ମଳିକ, ଅକ୍ଷୟ କୁମାର ମଳିକ ପ୍ରମୁଖ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ ଶ୍ରୀ ବର୍ମା ଏସମ୍ପର୍କରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ସେମାନଙ୍କୁ ପ୍ରତିଶୃତି ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ