ସମଣାରେ ଘର ଭାଙ୍ଗିଲା, ଗୋରୁ ଗାଈ ନିଖୋଜ

ହାଟଡିହି, (ଓ୍ବାଇଏନ୍ଏସ୍): ବୈତରଣୀ ନଦୀରେ ବନ୍ୟା ଆସିବା ଦ୍ୱାରା ହାଟଡିହି ବ୍ଲକ ସମଣା ପଞ୍ଚାୟତର ସମଣା ଗ୍ରାମର ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନେକ ଲୋକଙ୍କ ଘରେ ପାଣି ପସିଯାଇଥିବାବେଳେ କିଛି ଲୋକଙ୍କ ଚାଳଘର ଭାଙ୍ଗି ଯାଇଥିବା ଜଣାଯାଇଛି । ଗ୍ରାମର ପ୍ରଶାନ୍ତ ମହାନ୍ତିଙ୍କ ତିନିଟି ଗୋରୁ, ଉମାକାନ୍ତ ପ୍ରଧାନଙ୍କ ତିନିଟି ଗୋରୁ, ମହେଶ୍ୱର ସାହାଙ୍କ ତିନିଟି ଗୋରୁ, ସୁର କାଣ୍ଡିଙ୍କ ତିନିଟି ଗୋରୁ, ବୁଲାଜେନାଙ୍କ ଦୁଇଟି ଗୋରୁ ଗତକାଲି ଠାରୁ ନିଖୋଜ ହୋଇଥିବାବେଳେ ମହେଶ୍ୱର ସାହାଙ୍କ ଗୋଟିଏ ଗାଇ ନଦୀରେ ଭାଷି ଯାଇଥିବା ଜଣାଯାଇଛି । ସେମାନେ ଗତକାଲିଠାରୁ ଚରିବାକୁ ଯାଇଥିବାବେଳେ ଆଜି ସନ୍ଧ୍ୟା ସୁଧା ଫେରି ନଥିବା ଗ୍ରାମବାସୀମାନେ ସୁଚନା ଦେଇଛନ୍ତି । ସେହିପରି ଲମ୍ବୋଦର ସାହା, ବେଣୁଧର ସାହା, ଦୁଖନ ମାଝୀ, ଗୋଲେଖ ସାହା, ମହେଶ୍ୱର ସାହା, ବ୍ରଜ ନାୟକ. କୈଳାଶ ନାୟକ, ଗୌରାଙ୍ଗ ସାହାଙ୍କ ମାଟଘର ଭାଙ୍ଗି ଯାଇଥିବାବେଳେ ଅତୁଲ ମାଝୀ, ଭାଗି ମାଝୀ, ସୁମତୀ ମାଝୀ, କାଞ୍ଚନ ମାଝୀଳ ଦୁଖନ ମାଝୀ, ଅକ୍ଷୟ ମାଝୀ, ଅଶୋକ ମାଝୀ, ରମାକାନ୍ତ ରଣା, ପଙ୍କଜ କାଣ୍ଡି, ରମାକାନ୍ତ ମାଝୀ, ବୀରକିଶୋର କାଣ୍ଡି, ଗୁମା ମାଝୀଙ୍କ ଘରେ ପାଣିପସି କାନ୍ଥ ପଡିଯାଇଥିବା ଜଣାଯାଇଛି । ଲୋକମାନେ ପ୍ରଶାସନକୁ ଚାହିଁ ବସିଥିବାବେଳେ ଏହି ଗ୍ରାମକୁ କୌଣସ ସୁବିଧା ସୁଯୋଗ ନଥିବାରୁ କେହି ପଞ୍ଚି ନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ