ବାଲି ବୋଝେଇ ଟ୍ରାକ୍ଟର ଦୁର୍ଘଟଣା; ଡ୍ରାଇଭର ସମେତ ୪ ଶ୍ରମିକ ଆହତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଏକ ବାଲି ବୋଝେଇ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ଡ୍ରାଇଭର ସମେତ ୪ଜଣ ଶ୍ରମିକ ଆହତ ହୋଇଥିବା ବେଳେ ୨ଜଣ ଗୁରୁତ ହୋଇଥିବା ଜଣାପଡିଛି। ସେମାନେ ହେଲେ ବ୍ରାହ୍ମଣୀଗାଁ ଖ୍ରୀଷ୍ଟିଆନ ସାହିର ଆକବର ନାୟକ (୨୫) ,ଜିତେନ୍ଦ୍ର ଦନାବିଶୋଇ (୩୪),ସଚିନ ନାୟକ (୩୫),ଗୋପାଳ ନାୟକ (୨୪)। ସୂଚନା ଅନୁଯାଇୟୀ, ଏକ ଘରୋଇ ଟ୍ରାକ୍ଟର ଯୋଗେ ବାଲିଆଣିବାକୁ ଗଜପତି ଜିଲ୍ଲାର ଗୁରୁଝୁଳି ପଂଚାୟତ ଅନ୍ତର୍ଗତ ପଣସଡିହି ଗ୍ରାମ ନିକଟସ୍ଥ ନଦୀରୁ ବାଲି ଲୋଡ କରି ଫେରୁଥିବା ସମୟରେ ପ୍ରାୟ ୨ କି.ମି ଆସିବା ପରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଡ୍ରାଇଭର ସମେତ ୪ଜଣ ଆହତ ହୋଇଥିଲେ। ଭାଗ୍ୟ ବଶତଃ ପଛରୁ ଏକ ଟ୍ରକ୍ ଆସୁଥିଲା ସେହି ଟ୍ରକର ଲେବରମାନେ ଘଟଣାସ୍ଥଳରୁ ଆହତମାନଙ୍କୁ ଉଦ୍ଧାର କରି ବ୍ରାହ୍ମଣୀଗାଁ ମେଡିକାଲରେ ଆଣି ଭର୍ତ୍ତି କରିଥିଲେ। ଡାକ୍ତର ପ୍ରମୋଦ କୁମାର ସେଠୀ ପ୍ରାଥମିକ  ଚିକିତ୍ସା କରିବାପରେ ଗୁରୁତର ଥିବା ଦୁଇଜଣ ଶ୍ରମିକ ଜିତେନ୍ଦ୍ର ଓ ଆକବରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଜରୁରୀ କାଳୀନ ପରିସ୍ଥିତିରେ ସମ୍ପର୍କୀୟମାନେ ୧୦୮ ଆମ୍ବୁଲାନ୍ସ ଯୋଗାଯୋଗ କରିଥିଲେ କିନ୍ତୁ ଦାରିଙ୍ଗବାଡ଼ି କିମ୍ବା ନିକଟସ୍ଥ ଅଡବାରେ ଆମ୍ବୁଲାନ୍ସ ଉପଲବ୍ଧ  ନଥିବାରୁ ଲୋକେ ନିରାଶ ହୋଇଥିଲେ ଏବଂ ବାଧ୍ୟ ହୋଇ ଘରୋଇ  ଗାଡି ଭଡାକରି ଆହତଙ୍କୁ ବ୍ରହ୍ମପୁର ନେବାକୁ ପଡିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ