ଅସହାୟ ମା ଖୋଜୁଛି ସାହାରା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କେତେ ପୂଜା କେତେ ଅର୍ଚ୍ଚନା ଆଉ ଉପବାସ କରିଥାଏ ସେ ମା ଖାଲି ଏଥିପାଇଁ କି ତାର ଗୋଟିଏ ପୁଅ ଜନ୍ମ ହେଉ ଆଉ ବୃଦ୍ଧା ସମୟରେ ସେ ପୁଅଟି ବାପା ମା ର ସାହାରା ହେଉ ଆଉ ଅନ୍ତିମ ସମୟରେ ସେ ତାଙ୍କ ମୃତ ଶରୀରରେ ନିୖଆ ଦେଉ | କିନ୍ତୁ ଭାଗ୍ୟ ସାମ୍ମନାରେ ସବୁ ହାରିଯାଇଛନ୍ତି ଏମିତି ବୋହୁ ପରିବାର ଅଛନ୍ତି ଯାହାର ସ୍ୱପ୍ନ ଅଧାରେ ରହିଯାଇଛି | ଏମିତି ଅଧା ରେ ରହିଯାଇଛି କସ୍ତୁରୀ ପ୍ରଧାନ ଓ ତାଙ୍କର ମାନସିକ ବିକୃତ ପୁଅ ଙ୍କର ସ୍ବପ୍ନ | ଏଭଳି ଏକ ଦୃଶ୍ୟ ଦେଖାଯାଇଛି କନ୍ଧମାଳ ଜିଲା .ନୂଆଗାଁ ବ୍ଳକ ଅନ୍ତର୍ଗତ ବଣଗୁଡ଼ା ପଞ୍ଚାୟତ ୩ ନମ୍ବର ୱାର୍ଡ଼ର ଚଞ୍ଚଳା ସାହିରେ ବୃଦ୍ଧା ଜଣକ ହେଲେ ଉକ୍ତ ସାହିର କସ୍ତୁରୀ ପ୍ରଧାନ ଓ ତାଙ୍କର ମାନସିକ ବିକୃତ ପୁଅ ହେଉଛନ୍ତି ଧନେଶ୍ୱର ପ୍ରଧାନ,ଧନେଶ୍ୱର ପ୍ରଥମେ ବହୁତ ଭଲ ଥିଲେ ସେ ଭଲ ପାଠ ମଧ୍ୟ ପଢୁଥିଲେ ,ସେ ଦଶମ ଯାଏ ପାଠ ପଢ଼ିଛନ୍ତି | କିନ୍ତୁ ବିଧିର ବିଧାନ ବଡ ବିଚିତ୍ର ଆଜିକୁ ୨୦ ବର୍ଷ ତଳେ ସେ ପାଗଳ ହୋଇଯାଇଛନ୍ତି | ଏହା ଜାଣିବା ପରେ ପରିଵାର ଲୋକେ ଯଥା ସମ୍ଭବ ପୁଅ ର ଚିକିତ୍ସା କରାଇଥିଲେ। କିନ୍ତୁ ସବୁ ବ୍ୟର୍ଥ ହେଲା କୌଣସି ପ୍ରକାରେ ସୁସ୍ଥ ହେଲେ ନାହିଁ ଧନେଶ୍ୱର,ଅଧିକ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିବାରୁ ବାଧ୍ୟ ହୋଇ ପୁଅ କୁ ଶିଙ୍କୁଳି ବାନ୍ଧୀ ରଖିଥିଲେ । ତେବ ଗତ ୭ ବର୍ଷ ତଳେ ଧନେଶ୍ୱରଙ୍କ ବାପା ଭଞ୍ଜ ପ୍ରଧାନଙ୍କ ମୃତ୍ୟୁ ହେବା ପରେ ମା କସ୍ତୁରୀ ନିଜ ପାଗଳ ପ୍ରାୟ ପୁଅକୁ ଘରେ ସବୁବେଳେ ସିଙ୍କୁଳିରେ ବାନ୍ଧିରଖିବା ସମ୍ଭବ ହୋଇପାରିନାହିଁ । ବର୍ତ୍ତମାନ ସେମାନେ ଏକ କୁଡ଼ିଆ ଘରେ ରହୁଛନ୍ତି | ଯଥା ସମ୍ଭବ ତାଙ୍କ ବୃଦ୍ଧା ମା ତାଙ୍କ ସେବା କରୁଛନ୍ତି | ବୃଦ୍ଧା ଜଣକ ସରକାରଙ୍କଠାରୁ ମିଳୁଥିବା ବାର୍ଦ୍ଧକ୍ୟ ଭତ୍ତାରେ ପାଗଳ ପୁଅର ଖର୍ଚ୍ଚ ବହନ କରିଥାନ୍ତି । ଏହା ସହ ବୃଦ୍ଧାଙ୍କ ଅନ୍ୟ ୨ ପୁଅ ଚାଷବାସ କରନ୍ତି । ସେଥୁରୁ ଯାହା ଅର୍ଜନ ହୋଇଥାଏ ସେଥିରେ ନିଜ ପରିବାର ଚଳାଇବା ସହିତ ବୃଦ୍ଧା ମା ଓ ପାଗଳ ଭାଇକୁ ଖାଇବାକୁ ମଧ୍ୟ ଦେଇଥାନ୍ତି । ଗରିବ ପରିବାରର ଆର୍ଥିକ ସ୍ଥିତି ଭଲନଥିବା ଯୋଗୁଁ ପାଗଳ ଭାଇକୁ ଚିକତ୍ସା କରାଇ ପାରୁନାହାନ୍ତି । ମାନସିକ ବିକୃତ ଧନେଶ୍ୱରଙ୍କର ଭୋଟ ଓ ଆଧାର କାର୍ଡ଼ ନଥିବା ଯୋଗୁଁ ଆଜି ପର୍ୟ୍ୟନ୍ତ ସେ କୌଣସି ପ୍ରକାର ଭତ୍ତା ପାଇବାକୁ ମଧ୍ୟ ଯୋଗ୍ୟ ବିବେଚିତ ହୋଇ ପାରୁନାହିଁ। ଜିଲା ପ୍ରଶାସନ ଏ ଦିଗରେ ଦୃଷ୍ଟିଦେଇ ଯୁବକଙ୍କ ଚିକିତ୍ସନା କରିବା ପାଇଁ ସହାୟତା କରିବାକୁ ପ୍ରଶାସନକୁ ଅନୁରୋଧ କରାଯାଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ