୫୫ନମ୍ବର ଜାତୀୟ ରାଜ ପଥରେ ଖରାବେଳେ କୁହୁଡ଼ି ର ଭ୍ରମ
ଚୌଦ୍ୱାର,(ଦୀପକ୍ କୁମାର ବେଉରା): ଦୁର୍ଦ୍ଦଶା ଚୌଦ୍ଵାର ପିଛା ଛାଡୁନି , ମଙ୍ଗୁଳି ଛକ ରୁ କୁଷ୍ପଙ୍ଗି ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି | ଦୁଇ ବର୍ଷ ଧରି ରାସ୍ତା ସଂପ୍ରସାରଣ କାମ ଚାଲିଥିଲେ ମଧ୍ୟ କାମ ସରିବାର ନାଁ ଧରୁନି | ରାସ୍ତାର ଦୁଇ ପାର୍ଶ୍ୱରେ ରାସ୍ତା କାମ ହେବା ପାଇଁ ଗଦା ହୋଇ ରହିଛି ମାଟିର ଡଷ୍ଟ ଗୁଡ଼ିକ ଦିନରେ କୁହୁଡ଼ି ର ଭ୍ରମ ସୃଷ୍ଟି କରୁଛି | ଦିନକୁ ହାଜର ହଜାର ଗାଡି ଯାତାୟାତ କରୁଥିବାରୁ ଡଷ୍ଟ ଗୁଡିକ ଚାରିଆଡ଼େ ଧୂଳି ରେ ଆଚ୍ଛାଦିତ ହୋଇ ରହୁଛି | ଯାହା ଦ୍ୱାରା ରାସ୍ତା ଦେଖା ନ ଯିବାରୁ ଦୁର୍ଘଟଣା ମାନ ଘଟି ବହୁ ଧନ ଜୀବନ ହାନି ଘଟୁଛି | ରାସ୍ତା ର ତୁରନ୍ତ ନିର୍ମାଣ ପାଇଁ ଚୌଦ୍ୱାର ର ବିଭିନ୍ନ ସ୍ଵେଛା ସେବି ଅନୁଷ୍ଠାନ ପକ୍ଷରୁ ତୁରନ୍ତ ରାସ୍ତା କାମ ମରାମତି ଓ ଶୀଘ୍ର ସମ୍ପୂର୍ଣ କରିବା ପାଇଁ ଦାବି ପତ୍ର ପ୍ରଦାନ କରିଛନ୍ତି | ଆଗକୁ ତୁରନ୍ତ ରାସ୍ତା କାମ ସମ୍ପୂର୍ଣ କରାନଗଲେ ଚୌଦ୍ୱାର ବାସୀ ପ୍ରକଳ୍ପ ନିର୍ଦେଶକ ଙ୍କ କାର୍ଯ୍ୟଳୟ ଆଗରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି |