ଯୁକ୍ତ ଦୁଇ କଳାରେ ଲିଜା ପ୍ରଧାନ ବୁଗୁଡା ବ୍ଲକ ଟପର

ବୁଗୁଡା,(ଅନିଲ କୁମାର ମହାରଣା): ଗତକାଲି ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ମୋଟ ୫୦୮ ମାର୍କ ରଖି ବୁଗୁଡା ବ୍ଲକ ଟାପର ହୋଇ ଗୌରବ ଅର୍ଜନ କରିଛନ୍ତି। ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ମଧ୍ୟ ମାଣିତରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ବ୍ଲକ ଟପର ହୋଇ ଶିକ୍ଷା ଅନୁଷ୍ଠାନ ପାଇଁ ଗୌରାବ ଆଣିପାରିଥିଲେ। ସେହିପରି ବ୍ଲକ ସ୍ତରରେ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ବବିତା ବେହେରା ମୋଟ ୪୬୩ ମାର୍କ ରଖି ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ବେଳେ ବୁଗୁଡା ବଳଦେବ ସ୍ୱାମୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ସ୍ନେହଲତା ରାଉତ ମୋଟ ୪୫୧ ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରିଥିବା ଜଣାପଡିଛି। ବୁଗୁଡା ବ୍ଲକର ୫ ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଧ୍ୟରୁ ପିପୁଲସ କଲେଜ ଯୁକ୍ତ ଦୁଇ ବିଭାଗର କଳାରେ ୨୫୦ ଜଣ ପରୀକ୍ଷା ଦେଇଥିବା ବେଳେ ୧୬୯ ଜଣ ପାସ କରିଛନ୍ତି । ସେମାନଙ୍କ ମଧ୍ୟରୁ ୧ମ ଶ୍ରେଣୀରେ ୧୬, ୨ୟ ଶ୍ରେଣୀରେ ୪୩ ଜଣ ଓ ୩ୟ ଶ୍ରେଣୀରେ ୧୧୦ ଜଣ ପାସ କରିଛନ୍ତି। ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୩୧୪ ଜଣ ପରୀକ୍ଷା ଦେଇଥିବା ବେଳେ ୨୫୦ ଜଣ ପାସ କରିଛନ୍ତି। ସେମାନଙ୍କ ମଧ୍ୟରୁ ୧ମ ୧୯ ଜଣ, ୨ୟ ୪୪ ଜଣ ଓ ୩ୟ ରେ ୧୮୭ ଜଣ ପାସ କରିଛନ୍ତି। ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୮୯ ଜଣ ପରୀକ୍ଷା ଦେଇଥିବା ବେଳେ ୧୬୪ ଜଣ ପାସ କରିଛନ୍ତି। ସେମାନଙ୍କ ମଧ୍ୟରୁ ୧ମ ୩୦ ଜଣ, ୨ୟ ୨୮ ଜଣ ଓ ୩ୟରେ ୧୦୬ ଜଣ ପାସ କରିଛନ୍ତି।
ବୁଗୁଡା ବଳଦେବ ସ୍ୱାମୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୧୨ ଜଣ ପରୀକ୍ଷା ଦେଇଥିବା ବେଳେ ୧୮୧ ଜଣ ପାସ କରିଛନ୍ତି। ସେମାନଙ୍କ ମଧ୍ୟରୁ ୧ମ ୮ ଜଣ, ୨ୟ ୧୯ ଜଣ ଓ ୩ୟରେ ୧୫୪ ଜଣ ପାସ କରିଛନ୍ତି। ବାଲିପଦର ବାଲୁଙ୍କେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୩୬ ଜଣ ପରୀକ୍ଷା ଦେଇଥିବା ବେଳେ ୯୪ ଜଣ ପାସ କରିଛନ୍ତି। ସେମାନଙ୍କ ମଧ୍ୟରୁ ୧ମ ୫ ଜଣ, ୨ୟ ୭ ଜଣ ଓ ୩ୟରେ ୮୨ ଜଣ ପାସ କରିଛନ୍ତି। ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ବିଜ୍ଞାନ ଓ କଳାରେ ଭଲ ପରୀକ୍ଷା ଫଳ ହୋଇଥିବା ଯୋଗୁଁ ଅଭିଭାବକ ବୃନ୍ଦ ଅଧ୍ୟକ୍ଷ, ଅଧ୍ୟାପକ ଓ ଅଧ୍ୟପିକା ଙ୍କ ସମେତ କର୍ମଚାରୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ