ବିଧାୟକଙ୍କୁ “କୋଭିଡ ଯୋଦ୍ଧା ସମ୍ମାନ”

ବୁଗୁଡା,(ଅନିଲ କୁମାର ମହାରଣା): ରାଷ୍ଟ୍ରିୟ ବ୍ରାହ୍ମଣ ମହାସଂସ୍ଥା ଓ ଓଡ଼ିଶା ବ୍ରାହ୍ମଣ ସମିତି ଆନୁକୂଲ୍ୟରେ ସେପ୍ଟେମ୍ବର  ୮ ତାରିଖ ମଙ୍ଗଳବାର ଦିନ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କୁ କରୋନା ଯୋଦ୍ଧା ଭାବେ “କୋଭିଡ-୧୯ ଯୋଦ୍ଧା ସମ୍ମାନ”ରେ ସମ୍ବର୍ଦ୍ଧିତ କରା ଯାଇଛି। ଓଡ଼ିଶା ବ୍ରାହ୍ମଣ ସମିତି ରାଜ୍ୟ ଅଧ୍ୟକ୍ଷ ମନୋଜ କୁମାର ପାଣିଗ୍ରାହୀଙ୍କ ନେତୃତ୍ବରେ ଓଡ଼ିଶା ବ୍ରାହ୍ମଣ ସମିତି ଆଞ୍ଚଳିକ ଅଧ୍ୟକ୍ଷ କାଳୀ ଚରଣ ମିଶ୍ର, ଉପାଧ୍ୟକ୍ଷ ଦୁର୍ଗା ମାଧବ ପାଣି, ମୁଖ୍ୟ ପରିଚାଳକ ଚିତ୍ତରଞ୍ଜନ ଦାଶ,କାର୍ଯ୍ୟକାରୀ ସଦସ୍ୟ ପ୍ରଫୁଲ ଚନ୍ଦ୍ର ଦାଶ,କେଶବ ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଏହି ସମ୍ବର୍ଦ୍ଧନା ଉତ୍ସବରେ ଅଂଶ ଗ୍ରହଣ କରିଥିଲେ। ବିଧାୟକ ଶ୍ରୀ ସାହୁ ପ୍ରବାସୀ ଓଡିଆମାନେ ସଙ୍ଗରୋଧ କେନ୍ଦ୍ରରେ ଥିବାବେଳେ ନିର୍ବାଚନ ମଣ୍ଡଳୀର ସମସ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ପ୍ରବାସୀ ଓଡ଼ିଆ ଭାଇମାନଙ୍କ ସହ ଆଲୋଚନା କରି ବିଭିନ୍ନ ସମସ୍ୟା ସମାଧାନ କରିବା ସହ ବିଭିନ୍ନ ଗ୍ରାମକୁ ଯାଇ ଜନସାଧାରଣଙ୍କୁ କରୋନା ସଂକ୍ରମଣ ବିଷୟ ନେଇ ସଚେତନ କରିଥିଲେ। ନିଜ ଜୀବନକୁ ବାଜି ଲଗାଇ ଜଣେ କରୋନା ଯୋଦ୍ଧା ଭାବେ କାର୍ଯ୍ୟ କରିଥିବା ଯୋଗୁଁ ବିଧାୟକ  ଶ୍ରୀକାନ୍ତ ସାହୁଙ୍କୁ ମିଳିତ ବ୍ରାହ୍ମଣ ସମାଜ ପକ୍ଷରୁ ଉପଢୌକନ ଓ ମାନପତ୍ର ପ୍ରଦାନ କରି “କୋଭିଡ-୧୯ ଯୋଦ୍ଧା ସମ୍ମାନ” ରେ ସମ୍ବର୍ଦ୍ଧିତ କରିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ