ଶ୍ରମିକ ମାରଣ ନୀତିକୁ ଖୋଲାଖୋଲି ବିରୋଧ
ଚୌଦ୍ୱାର,(ଦୀପକ୍ କୁମାର ବେଉରା): ଡାଲମିଆଁ ସିମେଣ୍ଟ କମ୍ପାନୀ କର୍ତ୍ତୃପକ୍ଷଙ୍କ ଶ୍ରମିକ ମାରଣ ନୀତିକୁ ଖୋଲାଖୋଲି ବିରୋଧ କରି ଆନ୍ଦୋଳନ କୁ ଓଲହାଇଛନ୍ତି ଶ୍ରମିକ ମାନେ ।ଘଟଣା ଘଟିଛି କଟକ ଜିଲ୍ଲା ଟାଙ୍ଗୀଚୌଦ୍ୱାର ବ୍ଲକ ବିଶାଳୀରେ ଥିବା ଡାଲମିଆଁ ସିମେଣ୍ଟ କାରଖାନାରେ । କାରଖାନା ପ୍ରତିଷ୍ଠା ବେଳେ ପ୍ରରିଶ୍ରୁତି ଦିଆଯାଇଥିଲା ଯେ ସ୍ଥାନୀୟ ଲୋକଙ୍କ ଙ୍କୁ ପ୍ରାଧାନ୍ୟ ଦିଆଯିବ । ଦୀର୍ଘ ବର୍ଷ ଧରି ସେମାନେ କାମ କରୁଥିବା ବେଳେ ସେମାନଙ୍କୁ ସ୍ଥାଇ ଶ୍ରମିକ ର ମାନ୍ୟତା ଦିଆଯାଉନାହିଁ । ୨୦୧୨ ମସିହାରୁ ଶ୍ରମିକ କର୍ମଚାରୀ ମାନେ ସ୍ଥାଇ ହେବାର ଯୋଗ୍ୟତା ରଖୁଥିଲେ ମଧ୍ୟ କତ୍ତୃପକ୍ଷ ଏକ୍ଷେତ୍ରରେ ଟାଳଟୁଳ ନୀତି ଆପଣାଉ ଥିବାର ଅଭିଯୋଗ କରିଛନ୍ତି ।ଚଳିତବର୍ଷ କରୋନା ଆଲ ଦେଖାଇ କର୍ମଚାରୀମାନଙ୍କ ଚୁକ୍ତିନାମା ମଧ୍ୟ କରୁନାହାନ୍ତି ।ଅଥଚ ଚଳିତ ବର୍ଷ କରୋନା ପ୍ରଭାବରେ କମ୍ପାନୀ କୌଣସି ମତେ ପ୍ରଭାବିତ ହୋଇନଥିବାର ଶ୍ରମିକମାନେ କହୁଛନ୍ତି । କମ୍ପାନୀର ଉତ୍ପାଦନ ଓ ପରିବହନରରେ ମଧ୍ୟ ଗତ ଛଅ ମାସ ମଧ୍ୟରେ ହ୍ରାସ ଘଟିନଥିଲା ବେଳେ କମ୍ପାନୀ କତ୍ତୃପକ୍ଷ ଶ୍ରମିକ ମାନଙ୍କ ପେଟରେ ନାତ ମାରିବାକୁ ଶ୍ରମିକ ମାନେ ତୀବ୍ର ବିରୋଧ କରି ମୁଖ୍ୟ ଫାଟକ ଆଗରେ ଧାରଣାରେ ବସିବା ସହିତ ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଶ୍ରମିକ ନେତା ଅଶୋକ ସ୍ୱାଇଁ, ପ୍ରଦୀପ ବିଶ୍ୱାଳ, ମନୋଜ ଖିଲାର, ସୁନୀଲ ସାହୁ, ଦୀନବନ୍ଧୁ ବେହେରା, ସନ୍ତୋଷ ସ୍ୱାଇଁ,ସଞ୍ଜୟ ମୁଦୁଲି, ମାନସ ଦାସ, ଶିଶିର ବେହେରା ପ୍ରମୁଖ ଚେତାବନୀ ଦେଇଛନ୍ତି ।


