ସ୍ୱାଧୀନତା ସଂଗ୍ରାମୀ ଗଙ୍ଗାଧର ପାଇକରାୟଙ୍କ ୨୦ତମ ସ୍ମୃତି ଦିବସ ପାଳିତ

ଭୁବନେଶ୍ୱର : ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଗଡ଼ଜାତ ପ୍ରଜା ଆନ୍ଦୋଳନର ନେତା, ଓଡ଼ିଶା କୃଷକ ଆନ୍ଦୋଳନର ପ୍ରବାଦ ପୁରୁଷ ତଥା ଜନନେତା ଶ୍ରୀଯୁକ୍ତ ଗଙ୍ଗାଧର ପାଇକରାୟଙ୍କ ‘୨୦ତମ ସ୍ମୃତି ଦିବସ’ ସ୍ଥାନୀୟ ଇଡ଼ିକଲ ଅଡ଼ିଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ, ନୂଆଦିଲ୍ଲୀର ପ୍ରଫେସର ହିମାଂଶୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଜଗତୀକରଣ, ପୁଞ୍ଜିବାଦ ଓ କୃଷି କ୍ଷେତ୍ରରେ ସଙ୍କଟ ଉପରେ ବିସ୍ତୃତ ଆଲୋଚନା କରିବା ସହିତ ବର୍ତ୍ତମାନ ଭାରତବର୍ଷ ଗତି କରୁଥିବା ଆର୍ଥିକ ସଙ୍କଟ, କୃଷକମାନଙ୍କର ଶୋଚନୀୟ ଅବସ୍ଥା ଉପରେ ବିସ୍ତୃତ ବିବରଣୀ ପାଠ କରିଥିଲେ । ଏଥିରେ ସିପିଆଇ ଜାତୀୟ ପରିଷଦ ସଭ୍ୟ ଦିବାକର ନାୟକ, ଏଆଇଟିୟୁସି ରାଜ୍ୟ ପରିଷଦର ସାଧାରଣ ସମ୍ପାଦକ ଡଃ ସୌରୀବନ୍ଧୁ କର, ବରିଷ୍ଠ ସାମ୍ବାଦିକ ତଥା ଗଙ୍ଗାଧର ପାଇକରାୟ ସ୍ମୃତି କମିଟିର ସମ୍ପାଦକ ପ୍ରଦୋଷ ପଟ୍ଟନାୟକ, ସହ ସମ୍ପାଦକ ସତୀଶ ମିଶ୍ର, ସାଥୀ ରାମକୃଷ୍ଣ ପଣ୍ଡା, ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତିର ସାଥୀ ଅଭୟ ସାହୁ, ସ୍ତମ୍ଭକାର ତୁଷାରକାନ୍ତ ଏବଂ ଅନେକ ବୁଦ୍ଧିଜୀବୀ, ଛାତ୍ର ଯୋଗ ଦେଇଥିଲେ । ଶେଷରେ ନାଟ୍ୟ ଚେତନା ତରଫରୁ ଏକ ନାଟକ ରେବତୀ, ସେବତୀ ଆଉ ଏବତୀ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ