ସ୍ୱାମୀ ଅଗ୍ନିବେଶ ଥିଲେ ତଳେ ପଡ଼ିଥିବା ମଣିଷର ନେତା

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଭାରତବର୍ଷର ବିଶିଷ୍ଟ ଜନ ନେତା, ବନ୍ଧୁଆ ଶ୍ରମିକଙ୍କ ଭଗବାନ, ହରିୟାନାର ପୂର୍ବତନ ଶିକ୍ଷାମନ୍ତ୍ରୀ, ଆର୍ଯ୍ୟ ସମାଜର କ୍ରାନ୍ତିକାରୀ ସନ୍ନ୍ୟାସୀ ସ୍ୱାମୀ ଅଗ୍ନିବେଶଙ୍କ ବିୟୋଗରେ ଆର୍ଯ୍ୟସମାଜ ଓଡ଼ିଶା, ପକ୍ଷରୁ ଗଭୀର ଶୋକ ପ୍ରକାଶ କରି ଅନୁଷ୍ଠାନର ସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଛନ୍ତି ଯେ, ସ୍ୱାମିଜୀ ଥିଲେ ତଳେ ପଡ଼ିଥିବା ମଣିଷର ନେତା । ସତ୍ୟ, ଯେତେ କଷ୍ଟଦାୟକ ହେଲେ ମଧ୍ୟ ସେ ପ୍ରକାଶ କରିବାରେ ଟିକେ ହେଲେ ଦ୍ୱିଧା କରୁନଥିଲେ । ମହର୍ଷି ଦୟାନନ୍ଦଙ୍କ ସେ ସଚ୍ଚା ସୈନିକ ଥିଲେ । ବିପ୍ଲବ ମାଧ୍ୟମରେ ସମାଜର ପରିବର୍ତ୍ତନ ପାଇଁ ଛାତ୍ର ଅବସ୍ଥାରୁ ସେ ଯେଉଁ ଶପଥ ନେଇଥିଲେ, ଜୀବନର ଶେଷ ନିଃଶ୍ୱାସ ତ୍ୟାଗ ପର୍ଯ୍ୟନ୍ତ ସେ ତାହା ଜାରି ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ଜୟଦେବ ଜେନା, ବରିଷ୍ଠ କଂଗ୍ରେସ ନେତା ଅନନ୍ତ ପ୍ରସାଦ ସେଠୀ, ପୂର୍ବତନ କୁଳପତି ଡଃ ବିମଳେନ୍ଦୁ ମହାନ୍ତି, ଆର୍ଯ୍ୟ ସମାଜ ଓଡ଼ିଶାର କାର୍ଯ୍ୟକାରୀ ସଭାପତି ଡଃ ବଦ୍ରୀନାଥ ପଟ୍ଟନାୟକ, ମହାବୋଧି ସମିତି ଟ୍ରଷ୍ଟି ଡଃ ସୌରେନ୍ଦ୍ର ମହାପାତ୍ର, ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା, ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ମହର୍ଷି ଦୟାନନ୍ଦ ମିଶନ ପକ୍ଷରୁ ଡଃ ବିକାଶ ପଣ୍ଡା, ଆର୍ଯ୍ୟ ସମାଜ ଓଡ଼ିଶା ପକ୍ଷରୁ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା, ପ୍ରବୀର ଆର୍ଯ୍ୟ, ଯୋଗଗୁରୁ ନାରାୟଣ ଚନ୍ଦ୍ର ନନ୍ଦ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ