ସଭ୍ୟ ସଂଗ୍ରହ ଆରମ୍ଭ କଲା ବିଜେଡି

ମଙ୍ଗଳବାର ବିଜୁ ଜନତା ଦଳ ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ସୁଦୃଢ କରିବା ପାଇଁ ସଭ୍ୟ ସଂଗ୍ରହ କାଯ୍ୟକ୍ରମ ଆରମ୍ଭ କରିଛି । ରାଜ୍ୟ ଶାସନ ଗାଦିରେ ଥିବା ବିଜେଡି ଲଗାତର ଭାବେ ୫ ଥର ଓଡିଶା ବାସୀଙ୍କ ବିପୁଳ ଜନ ସମର୍ଥନ ପାଇଁ ଏବେ ଶାସନରେ । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସଦସ୍ୟତା ସଂଗ୍ରହ ପ୍ରଥମ ସଭ୍ୟ ହୋଇଛନ୍ତି । ବିଜୁ ଜନତା ଦଳ ନିଜର ସ୍ଥିତ ଆହୁରି ସୁଦୃଢ କରିବା ପାଇଁ ଏହି ଉପାୟକୁ ଆପଣେଇଛି । ଏହି ସଭ୍ୟ ସଂଗ୍ରହ ଅଭିଯାନ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ବିଜେଡି କାର‌୍ୟ୍ୟାଳୟରେ ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କରି ନିଜେ ପ୍ରଥମ ସଦସ୍ୟ ଭାବେ ଯୋଗେ ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତି ଗାଁ ଓ ଘରୁ ବିଜେଡିକୁ ଆଶୀର୍ବାଦ ମିଳିଛି । ତେଣୁ ଗାଁ କୁ ଯାଇ ସଦସ୍ୟ ଗ୍ରହଣ ପାଇଁ କର୍ମୀ ମାନଙ୍କୁ ଆହ୍ୱାନ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ