ପବନରେ ଚାର୍ଜ ହେବ ସ୍ମାର୍ଟଫୋନ୍

ଭାରତରେ ଓୟାରଲେସ ଚାର୍ଜିଂ ଟେକ୍ନୋଲୋଜିର ପ୍ରବେଶ ବେଶ୍ ଲୋକପ୍ରିୟ ହେବାରେ ଲାଗିଛି । କିନ୍ତୁ ଆଗାମୀ ବର୍ଷ ବଜାରରେ ଉପଲବ୍ଧ ହେବ ୱାୟାରଲେସ କ୍ୟୁ-୧ ଚାର୍ଜର ଯାହା ଅନ୍ୟ ୱୟାରଲେସ ଚାର୍ଜର ଭଳି କାମ କରିବ । କିନ୍ତୁ ସ୍ମାର୍ଟଫୋନ ଏହି କ୍ୟୁ-୧ ଚାର୍ଜର୍କୁ ସ୍ପର୍ଶ କରିବ ନାହିଁ । ଏହା ଚାର୍ଜରଠାରୁ ୪୫ ଏମ୍ଏମ୍ ଦୂରତାରେ ରହିବ । କ୍ୟୁ-୧ ଚାର୍ଜର ଖୁବ୍ କମ୍ ଶକ୍ତି ବ୍ୟବହାର ମଧ୍ୟ କରିବ । ସ୍ମାର୍ଟଫୋନ୍ କେସ ନିର୍ମାତା ସ୍ପିଜେନ ଓ ଓସିୟା ଏବେ ସ୍ମାର୍ଟଫୋନ୍ କେସ ଉପରେ ଏକ ନୂତନ ୱାୟାର୍ଲେସ ଟେକ୍ନୋଲୋଜି ବିକାଶ କରୁଛି ଯାହା ଫୋନ୍କୁ ବିନା ତାର, ପ୍ଲଗ କିମ୍ବା ପୋଡ୍ରେ ଚାର୍ଜ କରିପାରିବ । ଏହା ୨୦୨୦ରେ ବଜାରରେ ଉପଲବ୍ଧ ହେବ ବୋଲି କୁହାଯାଉଛି । ସ୍ମାର୍ଟଫୋନ୍ରେ ଏକ ଛୋଟ ବ୍ୟାଟେରି ରହିବ ଓ ତାହା ଚାର୍ଜରଠାରୁ ବିନା ତାରରେ ଏକ ଇଞ୍ଚରୁ ୩ ଫୁଟ୍ ମଧ୍ୟରେ ୩୦ ମିନିଟ୍ରୁ ଘଣ୍ଟାଏ ମଧ୍ୟରେ ପୂରା ଚାର୍ଜ ହୋଇଯିବ । ଚାର୍ଜରେ ଏକ ଟ୍ରାନ୍ସମିଟର ରହିବ । ଏହା ରେଡିଓ ତରଙ୍ଗ ରୂପେ ଶକ୍ତିକୁ ସ୍ମାର୍ଟଫୋନକୁ ପ୍ରେରଣ କରିବ । ଏହି ଟେକ୍ନୋଲୋଜିରେ ସ୍ମାର୍ଟଫୋନ୍ରେ ଏକ ୱାଟ୍ସ୍ଅପ୍ ରିସିଭର ରହିବ ଯାହା ସେହି ରେଡିଓ ତରଙ୍ଗକୁ ପୁଣି ଡିସି-ପାୱାରରେ ରୂପାନ୍ତରିତ କରିପାରିବ । ଏହି ଡିସି ପାୱାରରେ ସ୍ମାର୍ଟଫୋନ ଚାର୍ଜ ହୋଇଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ