କାରିବିଆନ ପ୍ରିମିୟର ଲିଗ ପ୍ରାୟୋଜନ ଅବଧି ତିନି ବର୍ଷ ବୃଦ୍ଧି
ଭୁବନେଶ୍ୱର, : ହିରୋ ମୋଟୋକର୍ପ ପକ୍ଷରୁ କାରିବିଆନ ପ୍ରିମିୟର ଲିଗ (ସିପିଏଲ)ର ପ୍ରାୟୋଜନ ଅଗାମୀ ୩ ବର୍ଷ ପାଇଁ ବଢାଇବାକୁ ସମ୍ମତି ପ୍ରକାଶ ପାଇଛି । ଏହା ଦ୍ୱାରା ବିଶ୍ୱର ସର୍ବ ବୃହତ ମୋଟର ସାଇକେଲ ନିର୍ମାତା ହିରୋ ମୋଟୋକର୍ପ ର କାରିବିଆନ ଲିଗ ର ୨୦୨୨ ପର୍ଯ୍ୟନ୍ତ ମୁଖ୍ୟ ପ୍ରାୟୋଜକ ରହିବେ । ଟ୍ୱେଂଟି ଟ୍ୱେଂଟି କ୍ରିକେଟ ଲିଗର ଟାଇଟଲ ପ୍ରାୟୋଜକ ଭାବେ ୨୦୧୫ରୁ ହିରୋ ମୋଟୋକର୍ପ ସହାୟତା ଦେଇଆସୁଛି । ହିରୋ ମୋଟୋକର୍ପ ଦିର୍ଘ ସମୟ ଧରି ଭାରତ ଏବଂ ବିଶ୍ୱରେ ଅନ୍ୟ ସ୍ଥାନ ମାନଙ୍କରେ କ୍ରିକେଟ, ଫୁଟବଲ, ହକି ଏବଂ ଗଲ୍ଫ ଆଦି ଖେଳରେ ସହଭାଗୀତା କରିଆସୁଛି । କାରିବିଆନ ପ୍ରିମିୟର ଲିଗ ସହ ସମ୍ପର୍କ ଏହାର ବିଶ୍ୱ କ୍ରିଡାରେ ସ୍ଥାନ ମଜଭୁତ କରିବାରେ ସଫଳ ହୋଇଛି ।ଏହି ଅବସରରେ ହିରୋ ସିପିଏଲର ଅଧ୍ୟକ୍ଷ, ରିଚାର୍ଡ ବେଭାନ, କହିଛନ୍ତି, “ହିରୋ ଏବଂ ସିପିଏଲ ପ୍ରତ୍ୟେକ କ୍ରିକେଟ ପ୍ରେମିଙ୍କ ପାଇଁ ଜଣାଶୁଣା ନାମ । ଏହା ଆନନ୍ଦର ବିଷୟ ଯେ ବିଶ୍ୱପ୍ରଶିଦ୍ଧ ଦୁଇଚକିଆ ଯାନ ନିର୍ମାତା ଆଗାମି ୩ ବର୍ଷ ପାଇଁ ସହଯୋଗର ହାତ ବଢାଇଛନ୍ତି ।” ହିରୋ ମୋଟୋକର୍ପ ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ପୱନ ମୁଞ୍ଜଲ ଏହି ଘୋଷଣା କରି କହିଛନ୍ତି ଯେ, “ହିରୋ ବିଶ୍ୱର ସବୁଠାରୁ ଲୋକପ୍ରିୟ ଖେଳ ଟି-୨୦ ସହ ସହଯୋଗ ଜାରି ରଖିଥିବାରୁ ଆନନ୍ଦିତ ସିପିଏଲ ର ସ୍ଥାପନା ଦିନଠାରୁ ହିରୋ ଜଡିତ । ଏହି ଟୁର୍ଣ୍ଣାମେଂଟର ଉନ୍ନତି କାରିବିଆନ କ୍ରିକେଟକୁ ନବଯୌବନ ଦେଇପାରିଛି । ଏହାର ଟାଇଟଲ ପ୍ରାୟୋଜନର ଅବଧିରେ ବୃଦ୍ଧି ହିରୋର ଦୀର୍ଘସୁତ୍ରି ପ୍ରତିଶୃତିବଦ୍ଧତା ଦର୍ଶାଉଛି ।”୨୦୧୩ ମସିହାରେ ଆରମ୍ଭ ହୋଇଥିବା କାରିବିଆନ ପ୍ରିମିୟର ଲିଗ (ସିପିଏଲ) ଫ୍ରାନ୍ଚାଇଜ ଆଧାରିତ ଟି ୨୦ କ୍ରିକେଟ ଟୁର୍ଣ୍ଣାମେଂଟ କାରିବିଆନ ଜୀବନରେ ଦୁଇଟି ପ୍ରମୁଖ ଧାରା ନାଟକୀୟ କ୍ରିକେଟ ଓ କାର୍ଣ୍ଣିଭାଲ ବାତାବରଣକୁ ପ୍ରତିନିଧିତ୍ୱ କରୁଛି । ୨୦୦ନିୟୁତ ଉର୍ଦ୍ଧ ଟେଲିଭିଜନ ଓ ଡିଜିଟାଲ ଦର୍ଶକ ଏହି ଟୁର୍ଣ୍ଣାମେଂଟକୁ ୨୦୧୮ ସିଜିନରେ ଉପଭୋଗ କରିଥିଲେ । ୨୦୧୮ ରେ ଏହି ଟୁର୍ଣ୍ଣାମେଂଟ ୧୨୭ ନିୟୁତ ଆମେରିକୀୟ ଡଲାର ର ବ୍ୟବସାୟ କରିପାରିଥିଲେ । ବର୍ତମାନ ଟ୍ରିନବାଗୋ ନାଇଟ ରାଇଡର୍ସ ହିରୋ ସିପିଏଲ ର ଚମ୍ପିଆନ ଆଖ୍ୟା ବଜାୟ ରଖିଛି । ଅନ୍ୟ ଫ୍ରାନ୍ଚାଇଜ ମାନେ ହେଲେ ବାର୍ବାଡୋସ ଟ୍ରାଇଡେଂଟସ, ଗୁଏନା ଆମାଜନ ୱାରିଅରର୍ସ, ସେଂଟ କିଟସ ଏଣ୍ଡ ନେଭିସ ପାର୍ଟିଅଟସ,ସେଂଟ ଲୁସିଆ ଜୌକସ ଏବଂ ଜାମାଇକା ଟଲାୱାସ । ୨୦୧୯ ମସିହାରେ ଏହି ଟୁର୍ଣ୍ଣାମେଂଟ ସେପ୍ଟେମ୍ବର ୪ ରୁ ଅକ୍ଟୋବର ୧୨ ମଧ୍ୟରେ ଅନୁଷ୍ଠିତ ହେବ ।


