ଜାଣନ୍ତୁ କେଉଁ କୋଣରେ ଘର କଲେ ଅଶୁଭ
ସମସ୍ତଙ୍କର ଇଚ୍ଛା ଥାଏ ଗୋଟେ ସୁନ୍ଦର ଘର ତିଆରି କରିବା ପାଇଁ । ଆପଣଙ୍କର ମଧ୍ୟ ଇଚ୍ଛା ଥିବ । ହେଲେ ଏସବୁ ଏତେ ସହଜ ନୁହେଁ । ଗୋଟେ ଘର କରିବା ପୂର୍ବରୁ ଆମକୁ ବିଭିନ୍ନ ଦିଗ ଉପରେ ଚିନ୍ତା କରିବାକୁ ହୁଏ । ଜମିଟି ଠିକ ସ୍ଥାନରେ ଅଛି କି ନାହିଁ । ଜମି ଆଖପାଖ୍ରେ କିଛି ଶ୍ମଶାନ ନାହିଁ ତ? କେଉଁ ବାଟରେ ଘର ତିଆରି ଆରମ୍ଭ କଲେ ଶୁଭ ହେବ? ଏମିତି ଅନେକ କିଛି । ଖାସ କରି ଘର ତିଆରି କରିବା ସମୟରେ କୋଣ ଉପରେ ଧ୍ୟାନ ଅଧିକ ଦେବାକୁ ପଡିଥାଏ । ଅର୍ଥାତ ଯେମିତି ପୂର୍ବ, ପଶ୍ଚିମ, ଉତ୍ତର ଏବଂ ଦକ୍ଷିଣ ଚାରୋଟି ଦିଗ ରହିଛି ଯେମିତି ଅଗ୍ନି, ଐଶ୍ୱାନ୍ୟ, ନୈରୁତ ଏବଂ ବାୟବ ଚାରୋଟି କୋଣ ରହିିଛି । ଆପଣମାନେ ଯେଉଁଠି ଘର କରନ୍ତୁ ନା କାହିଁକି କିନ୍ତୁ କେବେ ବି ଅଗ୍ନି କୋଣରେ ଘର କରିବେ ନାହିଁ । ଏହା ଦ୍ୱାରା ଘର ଅଶୁଭ ଦୃଷ୍ଟି ପଡିଥାଏ । ଘର କରିସାରିବା ପରେ ଏରୁଣ୍ଡି ବନ୍ଧରେ କେବେ ପାଦ ରଖିବେ ନାହିଁ । ଏହାଦ୍ୱାରା ଅମଙ୍ଗଳ ହୋଇଥାଏ ଏବଂ ପରିବାରରେ ଅଶାନ୍ତି ହୋଇଥାଏ ।


