ବିଜୟ ଙ୍କ ଉପରେ ନଜର!

ଓଡିଶା ରାଜନୀତିରେ ଭାଇଭାଇ ଭାବେ ଜଣାଶୁଣା ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କ ମଧ୍ୟରେ ଫାଟ । କ୍ଷମତା ଲୋଭରେ ବିଜୟ ମହାପାତ୍ରଙ୍କ ହାତ ଛାଡିଲେ ରାଉରକେଲାର ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ । ଶେଷରେ ବିଜୟ ମହାପାତ୍ରଙ୍କୁ ଏକ୍କା କରି ଶଙ୍ଖ ପୁଙ୍ଖିବା ପାଇଁ ସଜବାଜ ହୋଇଛନ୍ତି ଦିଲ୍ଲୀପ । ଏଥିପାଇଁ ଗତକାଲି ସନ୍ଧ୍ୟାରେ ନବୀନଙ୍କ ଶରଣରେ ପସିଛନ୍ତି ଦିଲ୍ଲୀପ । ଏପରିକି ସେ ଖୁବଶୀଘ୍ର ଦଳରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି ।
ଏହି ଘଟଣା ପରେ ବହୁ ଦିନ ପରେ ରବିବାର ଦିନ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ବିଜୟ ମହାପାତ୍ର । ନବୀନ ନିବାସକୁ ଦିଲ୍ଲୀପ ରାୟଙ୍କ ଯିବା ଏବଂ ବିଜେଡିକୁ ଯିବା ପ୍ରସଙ୍ଗରେ ମତ ରଖିଛନ୍ତି । ତେବେ ଏହାକୁ ଦିଲ୍ଲୀପଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ବୋଲି କହିଛନ୍ତି ବିଜୟ । ବିଜୟ କହିଛନ୍ତି ବ୍ୟକ୍ତିଗତ ନିଷ୍ପତ୍ତି ନେବାର ସମସ୍ତଙ୍କ ଅଧିକାର ଅଛି । ୨୦୧୯ ନିର୍ବାଚନ ଅତି ଜଟିଳ ହେବ ବୋଲି ମୁଁ ଆଗରୁ କହିଥିଲି, ଏପରି ନିର୍ବାଚନ ଆଗରୁ ଓଡିଶାବାସୀ କେବେ ଦେଖିନଥିବେ ।
ବିଜେଡିରୁ କେହି ଯୋଗାଯୋଗ କରିଛନ୍ତି ବୋଲି ପ୍ରଶ୍ନର ଉତ୍ତର ଦେଇ ରୋକ ଠୋକ କହିଛନ୍ତି ଯେ ବିଜେଡିରୁ ତାଙ୍କ ସହ କେହି ଯୋଗାଯୋଗ କରିନାହାନ୍ତି । ଏହା ସହ ବିଜେପି ପକ୍ଷରୁ କେହି ଯୋଗାଯୋଗୁ କରିଛନ୍ତି ବୋଲି ପ୍ରଶ୍ନର ଉତ୍ତର ମଧ୍ୟ ଦେଇଛନ୍ତି । ବିଜେପି ନେତୃବୃନ୍ଦ ବ୍ୟକ୍ତିଗତ ସ୍ତରରେ କଥାବର୍ତ୍ତା କରିଛନ୍ତି, ବନ୍ଧୁ, ଶୁଭେଚ୍ଛୁ, ସମର୍ଥକଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବି ବୋଲି ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଗୋଟିଏ ଦିନରେ ବିଜୟ ଏବଂ ଦିଲ୍ଲୀପ ବିଜେପି ଛାଡିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ