ବିଦ୍ୟୁତ ଆଘାତରେ ଯୁବକ ଗୁରୁତର
ଭଣ୍ଡାରିପୋଖରୀ,(ଓ୍ବାଇଏନ୍ଏସ୍): ଭଣ୍ଡାରିପୋଖରୀ ଥାନା ଦକ୍ଷିଣବାଡ଼ ଗ୍ରାମର ଜଣେ ଯୁବକ ବିଦ୍ୟୁତ ଆଘାତରେ ଆଜି ଦିନ ୩.୩୦ମି ସମୟରେ ଗୁରୁତର ହୋଇଥିବା ଜଣାପଡ଼ିଛି। ଗ୍ରାମର ପ୍ରଶାନ୍ତ ଜେନା (୪୦) ପଡ଼ିଶାରେ ଏକ ଘର ନିର୍ମାଣ କାର୍ଯ୍ୟରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। କାମ ସରିବା ପରେ ସମସ୍ତେ ଧୁଆ ଧୋଇ ହୋଇ ଖାଇଥିଲେ। ଏହାପରେ ଖାଇବା ଅଇଁଠା ପତ୍ରକୁ ପକାଇବା ପାଇଁ ଘରର ଛାତ ଉପରକୁ ଯାଇଥିଲେ। ସେଠାରେ ଅଇଁଠା ପତ୍ର ପକାଉଥିବା ବେଳେ ନିକଟରେ ଥିବା ଇଲେଭେନ କେଭି ତାର ସଂସ୍ପର୍ଶରେ ଆସିଥିଲେ। କରେଣ୍ଟ ଲାଗି ସେ ଗୁରୁତର ହୋଇଯାଇଥିବାବେଳେ ତାଙ୍କୁ ସଂଗେ ସଂଗେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ତାଙ୍କ ପିଠି ଓ ହାତ ସମେତ ଦେହର ଅନ୍ୟାନ୍ୟ ଅଙ୍ଗରେ ଆଘାତ ଲାଗିଥିବାବେଳେ ପ୍ରାଥମିକ ଚିକିତ୍ସା କରାଯାଇ ପ୍ରଶାନ୍ତଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି।


