ସାମ୍ବାଦିକ କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି କୁ ଗିରଫ ପାଇଁ ଜଗନ୍ନାଥ ପ୍ରସାଦ ୱେବ ମିଡ଼ିଆ ସାମ୍ବାଦିକ ସଂଘର ଉପଜିଲ୍ଲାପାଳ କାର୍ଯ୍ୟଳୟ ଆଗରେ ଧାରଣା

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ରେ ବେଆଇନ ଔଷଧ ଚାଲଣ ହେଉଥିବା ଖବର ପାଇ ସାମ୍ବାଦିକ ପବିତ୍ର କୁମାର ମହାପାତ୍ର ଗତ ୧୬ ତାରିଖରେ ଏକ କାର ର ଭିଡିଓ ଉତ୍ତୋଳନ କରିବା ବେଳେ ଏଥିରେ ସୁଜିତ ମହାପାତ୍ର ଉତକ୍ଷିପ୍ତ ହୋଇ ସାମ୍ବାଦିକ ଶ୍ରୀ ମହାପାତ୍ରଙ୍କୁ ଅସଭ୍ୟ ଭାଷାରେ ଗାଳି ଦେବା ସହ ହତ୍ୟା ଧମକ ଦେଇ ଥିଲେ । ଏ ନେଇ ସାମ୍ବାଦିକ ଶ୍ରୀ ମହାପାତ୍ର ଜଗନ୍ନାଥ ପ୍ରସାଦ ପୋଲିସ ଥାନାରେ ଲିଖିତ ଏତଲା ଦେଇଥିଲେ । ପୋଲିସ ଜାଣିଶୁଣି ଘଟଣାର ତଦନ୍ତ ବିଳମ୍ବ କରିବା ଯୋଗୁଁ ଅଭିଯୁକ୍ତ ତାପର ଦିନ ସାମ୍ବାଦିକ ଶ୍ରୀ ମହାପାତ୍ର ନାମରେ ମଧ୍ୟ ପାଲଟା ଲିଖିତ ଏତଲା ଦେଇଥିଲେ। ସାମ୍ବାଦିକ ଶ୍ରୀ ମହାପାତ୍ରଙ୍କ ଲିଖିତ ଏତଲା ଅନୁଯାଇ ଅଭିଯୁକ୍ତ କୁ ତୁରନ୍ତ ଗିରଫ କରିବା,ସାମ୍ବାଦିକଙ୍କ ନାମରେ ହୋଇଥିବା ମିଥ୍ୟା ଏତଲା ଖାରଜ କରିବା,ସାମ୍ବାଦିକ ମାନଙ୍କୁ ସୁରକ୍ଷା ଦେବା ପାଇଁ ଜଗନ୍ନାଥ ପ୍ରସାଦ ୱେବ ମିଡ଼ିଆ ସାମ୍ବାଦିକ ସଂଘ ତରଫରୁ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜଙ୍କ କାର୍ଯ୍ୟଳୟ ଆଗରେ ଧାରଣା ଦିଆ ଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ